ରଥଯାତ୍ରା ପାଇଁ ଆଜି ପୁରୀରେ ତୃତୀୟ ସମନ୍ୱୟ କମିଟି ବୈଠକ ! ଯୋଗଦେବେ ଆଇନମନ୍ତ୍ରୀ

37

କନକ ବ୍ୟୁରୋ: ରଥଯାତ୍ରା ପାଇଁ ଆଜି ପୁରୀରେ ବସୁଛି ତୃତୀୟ ସମନ୍ୱୟ କମିଟି ବୈଠକ । ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୈଠକଟି ହେବାକୁ ଯାଉଛି । ତେବେ ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବା ସମ୍ଭାବନା ରହିଛି । ଗୁରୁବାର ଦିନ ପୁରୀରେ ସେବାୟତ-ପ୍ରଶାସନ ବୈଠକ ବସିଥିଲା । ଏଥିରେ ନୀଳାଦ୍ରୀବିଜେ ବିଶୃଙ୍ଖଳା ନେଇ କୌଣସି ଆଲୋଚନା ହୋଇନଥିବାରୁ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।

ତେଣୁ କିଛି ସେବାୟତ ଆଜିର ବୈଠକରେ ଯୋଗଦେବା ନେଇ ସସପେନ୍ସ ଜାରି ରହିଛି । ଆଇନମନ୍ତ୍ରୀଙ୍କୁ ବି ପୁରୀରେ ବିରୋଧ ହେବା ସମ୍ଭାବନା ରହିଛି । ବୈଠକରେ ଯୋଗ ନ ଦେବାନେଇ ମଧ୍ୟ ପୋଷ୍ଟର ମାଧ୍ୟମରେ ସେବାୟତଙ୍କୁ ଆହ୍ୱାନ ଦିଆଯାଇଥିଲା । ପୋଷ୍ଟରରେ କୁହାଯାଇଛି ଯେ, ସେବାୟତ ସମାଜର ନାର୍ଯ୍ୟ ଦାବି ହାସଲ ପାଇଁ ହାତରେ ହାତ ମିଶାଇବାକୁ ସମୟ ଆସିଛି । ଆଗାମୀ ଦିନରେ ସେବାୟତ ସମାଜର ଡଙ୍ଗା ବୁଡାଇବା ପାଇଁ ନୌକାର ନାଉରୀ ନ ହୁଅନ୍ତୁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –