ଶ୍ରୀମନ୍ଦିରକୁ ନଡିଆ ଯୋଗାଇବା ପାଇଁ ଟେଣ୍ଡର ବିଜ୍ଞପ୍ତି ପରେ ଉଠିଲା ପ୍ରଶ୍ନ ? ଶ୍ରୀଜଗନ୍ନାଥଙ୍କ ନିଜସ୍ୱ ଜମିରୁ ନଡିଆ ଆସୁଥିବା ବେଳେ କାହିଁକି ହେଉଛି ଟେଣ୍ଡର

25

କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ନଡିଆ ଯୋଗାଇବା ପାଇଁ ଟେଣ୍ଡର ଆହ୍ୱାନ କରିଛି ମନ୍ଦିର ପ୍ରଶାସନ । ବିଭିନ୍ନ ପର୍ବ ପର୍ବାଣୀ ଓ ଦୌନିନ୍ଦିନ ନୀତିରେ ବ୍ୟବହୃତ ହେଉଥିବା ବଡ ଓ ସାନ ନଡିଆ ଦର ପାଇଁ ଟେଣ୍ଡର ଆହ୍ୱାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ୧୪ ତାରିଖ ସୁଦ୍ଧା ଆବେଦନ କରିବା ପାଇଁ ବିଜ୍ଞପ୍ତିରେ ଦର୍ଶାଯାଇଛି । ଇଚ୍ଛୁକ ବ୍ୟକ୍ତି ଓ ସଂସ୍ଥା ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ୫ ଶହ ଟଙ୍କା ଅମାନତ ଦାଖଲ ସହ ଆବଶ୍ୟକୀୟ ଫର୍ମ ପୂରଣ କରି ରେଜିଷ୍ଟ୍ରି ଯୋଗେ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ କୋଟେସନ ପଠାଇଯିବା ପାଇଁ କୁହାଯାଇଛି ।

୧୫ ତାରିଖରେ ଏ ବାବଦରେ କୋଟେସନ ଦାତା କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ନିଷ୍ପତି ଗ୍ରହଣ କରାଯିବ । ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବି । ଶ୍ରୀଜଗନ୍ନାଥଙ୍କ ନିଜସ୍ୱ ଜମିରୁ ନଡିଆ ଆସୁଥିବାବେଳେ ଟେଣ୍ଡର କାହିଁକି ଡକାଯାଇଛି ସେ ନେଇ ପ୍ରଶ୍ନ କରିଛନ୍ତି ।