ନଡ଼ିଆ ତେଲ ସଂପୂର୍ଣ୍ଣ ବିଷ : ଭାରତୀୟଙ୍କୁ ଚମକାଇବା ଭଳି ତଥ୍ୟ ପ୍ରଦାନ କଲେ ହାଭାର୍ଡ ବିଶ୍ୱବିଦ୍ୟାଳୟ ପ୍ରଫେସର

160

କନକ ବ୍ୟୁରୋ : ହାଭାର୍ଡ ବିଶ୍ୱବିଦ୍ୟାଳୟର ଭାରତୀୟଙ୍କୁ ଚମକାଇବା ଭଳି ତଥ୍ୟ । ନଡ଼ିଆ ତେଲ ହେଉଛି ମାରାତ୍ମକ ବିଷ । ଏହାର ବ୍ୟବହାର ମଣିଷ ସ୍ୱାସ୍ଥ୍ୟପକ୍ଷେ ହାନିକାରକ । ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ନଡ଼ିଆ ତେଲ ସମ୍ପର୍କରେ କିଛି ଏଭଳି ତଥ୍ୟ ଦେଇଛନ୍ତି ବିଶ୍ୱର ପ୍ରତିଷ୍ଠିତ ହାଭାର୍ଡ ବିଶ୍ୱବିଦ୍ୟାଳୟ ପ୍ରଫେସର କରିନ୍ ମିଚେଲ୍ସ । ଏ ପ୍ରସଙ୍ଗରେ ସେ କହିଛନ୍ତି, ନଡ଼ିଆ ତେଲକୁ ଖାଇବା ତେଲ ଭାବେ ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ । ନଡ଼ିଆ ତେଲରେ ଉଚ୍ଚ ପରିମାଣର ଫ୍ୟାଟ୍ ଓ କୋଲେଷ୍ଟରଲ୍ ଥିବାରୁ ଏହା ଦୃଦରୋଗ ସୃଷ୍ଟି କରିଥାଏ ।

ଘୁଷୁରୀ ମାଂସରେ ୩୯ ପ୍ରତିଶତ, ଗୋରୁ ମାଂସରେ ୫୦ ପ୍ରତିଶତ ଓ ଘିଅରେ ୬୩ ପ୍ରତିଶତ ଫ୍ୟାଟ୍ ଥିବା ବେଳେ ନଡ଼ିଆ ତେଲରେ ୮୦ ପ୍ରତିଶତ ଫ୍ୟାଟ୍ ଥାଏ, ତେଣୁ ହୃଦରୋଗ ସୃଷ୍ଟି କରିବାରେ ନଡ଼ିଆ ତେଲ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି । ନଡ଼ିଆ ତେଲ ଶରୀର ଭିତରକୁ ଯିବା ଦ୍ୱାରା ଅତ୍ୟଧିକ ପରିମାଣର ଫ୍ୟାଟ୍ କୋଲେଷ୍ଟେରଲ୍ ମାତ୍ରା ବଢ଼ାଉଥିବା ସୂଚନା ଦେଇଛନ୍ତି ଏହି ହାଭାର୍ଡ ପ୍ରଫେସର୍ । ଭାରତର ୯୦ ପ୍ରତିଶତ ଲୋକ ନଡ଼ିଆ ତେଲ ମୁଣ୍ଡରେ ଲଗାଉଥିବା ବେଳେ କେରଳ ପରି ଦକ୍ଷିଣ ଭାରତୀୟ ରାଜ୍ୟରେ ଏହା ବହୁଳ ବ୍ୟବହୃତ ରନ୍ଧନ ତେଲ । ତେଣୁ ହାଭାର୍ଡ ପ୍ରଫେସର କରିନ୍ ମିଚେଲ୍ସଙ୍କ ଏଭଳି ବୟାନ୍ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି କରିଛି ।