ନଡିଆ ତେଲର ଏହି ୧୦ ଟି ସରଳ ଉପାୟ ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଦେବ ୟଙ୍ଗ୍ ଲୁକ୍ !

1,053

ସ୍ୱାସ୍ଥ୍ୟ ପାଇଁ ନଡିଆ ତେଲ ଖୁବ୍ ଲାଭକାରୀ ହୋଇଥାଏ । ଏହାର ଔଷଧିୟ ଗୁଣ ଆପଣଙ୍କ ଚୁଟିକୁ ସୁସ୍ଥ ରଖିବା ସହ ଶରୀର ଏବଂ ଚେହୋରାକୁ ମଧ୍ୟ ସୁନ୍ଦର ରଖିଥାଏ । ଏହି ତେଲ ଚର୍ମ ଏବଂ ଚୁଟିରେ ଚମକ ଆଣିଥାଏ । ତ୍ୱଚାକୁ ମଏଶ୍ଚରାଇଜ୍ କରିବା ହେଉ କି ଚୁଟିକୁ କଣ୍ଡିସନିଙ୍ଗ୍ କରିବା ହେଉ ନଡିଆ ତେଲ ଠାରୁ ଭଲ ବିକଳ୍ପ ଆଉ କିଛି ହୋଇନପାରେ । ତେବେ ଆଜି ଆମେ ଆପଣଙ୍କୁ ନଡିଆ ତେଲର ଏଭଳି କିଛି ଗୁଣ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଯୁବା ଦେଖାଯିବେ ।

୧. ନଡିଆ ତେଲ ଶୁଖିଲା ଚର୍ମକୁ କୋମଳ କରିଥାଏ । ଗାଧୋଇବାର ଦୁଇ ମିନିଟ୍ ପୂର୍ବରୁ ଶରୀରରେ ନଡିଆତେଲ ମାଲିସ୍ କରି ଥଣ୍ଡା ପାଣିରେ ଗାଧାନ୍ତୁ ।

୨. ଏଥିରେ ଆଣ୍ଟି-ଏଜିଙ୍ଗର ଗୁଣ ଥାଏ । ତେଲର କିଛି ବୁନ୍ଦା ନେଇ ଆଖି ପାଖରେ ମସାଜ୍ କରନ୍ତୁ । ଏଥିରେ ସ୍କିନ୍ ଗ୍ଲୋ କରିବା ସହ କୋମଳ ମଧ୍ୟ ହେବ । ଏହାର ବ୍ୟବହାରରେ ଡାର୍କ ସର୍କଲ ଏବଂ କୁଞ୍ଚପଣ ଦୂରେଇ ଯାଇଥାଏ ।

୩. ସନବର୍ଣ୍ଣରୁ ମଧ୍ୟ ନଡିଆ ତେଲ ତ୍ୱଚାକୁ ସୁରକ୍ଷା ଦେଇଥାଏ ।

୪. ଝାଳରୁ ହେଉଥିବା ଘିମିରି ସମସ୍ୟା ମଧ୍ୟ ଏଥିଯୋଗୁଁ ଦୂର ହୋଇଥାଏ । କୁଣ୍ଡିଆ ସମସ୍ୟା ଥିଲେ ମଧ୍ୟ ଏହି ତେଲକୁ ବ୍ୟବହାର କରି ଉପସମ ପାଆନ୍ତୁ ।

୫. ଚିନିରେ କିଛି ବୁନ୍ଦା ନଡିଆ ତେଲ ପକାଇ ସ୍କ୍ରବ୍ ଭଳି ବ୍ୟବହାର କରନ୍ତୁ,ଯାହାଦ୍ୱାରା ଡେଡ୍ ସ୍କିନ୍ ଏବଂ ଟାନିଙ୍ଗ୍ ସମସ୍ୟା ମଧ୍ୟ ଦୂର ହେବ ।

୬. ଚେହେରାରେ ବାରମ୍ବାର ନଡିଆ ତେଲ ଘଷିଲେ କ୍ଷତ ଚିହ୍ନ ମଧ୍ୟ ଦୂରେଇ ଯାଏ ।

୭. ମେକଅପ୍ ଉତାରିବା ପାଇଁ ନଡିଆ ତେଲର ବ୍ୟବହାର ହୁଏ । ତୁଳାକୁ ତେଲରେ ପୁରାଇ ଚେହେରାରେ ଘଷନ୍ତୁ,ମେକଅପ୍ ଉତୁରିଯିବ । ଏଥିରେ କାଜଲ,ସସ୍କରା ଏବଂ ଆଇ-ଲାଇନର୍ ମଧ୍ୟ ବିନା ସ୍ମଜ୍ ହୋଇ ବାହାରିଆସିବ ।

୮. ତେଲ ସାହାର୍ଯ୍ୟରେ ଆଙ୍ଗୁଠି ମସାଜ୍ କରନ୍ତୁ ଏଥିରେ ରକ୍ତ ପ୍ରବାହରେ ବ୍ୟାଘାତ ହୁଏନାହିଁ । ନଖ ଆଖପାଖରେ ଚର୍ମ ମଧ୍ୟ ଉପୁଡିବ ନାହିଁ । ଏଥିରେ ନଖରେ ମଧ୍ୟ ଚମକ ଆସିବ ।

୯. ଫଟା ଗୋଇଠି ଏବଂ ପାଦକୁ ସୁନ୍ଦର କରିବା ପାଇଁ ନଡିଆ ତେଲର ବ୍ୟବହାର ସର୍ବୋକୃଷ୍ଟ ଅଟେ । ଏଥିପାଇଁ ତେଲରେ ଚିମୁଯାଏ ହଳଦୀ ମଧ୍ୟ ପକାଇ ପାରିବେ ।

୧୦. ଫଟା ଓଠ ପାଇଁ ମଧ୍ୟ ନଡିଆ ତେଲ ରାମବାଣ ପରି କାମ କରେ ।