ଝିିଟିପିଟି, ଅସରପା, ମଶା ଆଦିରୁ ରକ୍ଷା ପାଇବାପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ କିଛି ଘରୋଇ ଉପାୟ

209

ଆପଣଙ୍କ ଘରେ ଝିିଟିପିଟି, ଅସରପା, ମାଛି,ମଶା ଓ ଜୀବାଣୁ ହେଉଛନ୍ତି କି ? ଏସବୁରୁ ରକ୍ଷାପାଇବା ପାଇଁ ଲୋକମାନେ ବଜାରରୁ ଅନେକ ପ୍ରକାରର ବିଷାକ୍ତ ରସାୟନ ଓ ପାଉଡର କିଣିକି ନେଇ ଆସନ୍ତି । ଏପରି ବିଷାକ୍ତ ରସାୟନ ଘରେ ରଖିବା ବହୁତ କ୍ଷତିକାରକ ହେବା ସହ ଘରେ ରହୁଥିବା ଲୋକଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହୋଇପାରେ । ଏସବୁରୁ ରକ୍ଷା ପାଇବାପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ-

• ଅଣ୍ଡାର ଖୋଳପାକୁ କିଛି ଉଚ୍ଚରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଅଣ୍ଡା ଗନ୍ଧରେ ଝିିଟିପିଟି ଦୂରକୁ ପଳାନ୍ତି ।

• ଘରେ ମୂଷାର ଉପଦ୍ରବରୁ ରକ୍ଷା ପାଇବା ପାଇଁ ଚାହୁଁଥିଲେ ଘରେ ବିଷାକ୍ତ ରସାୟନ ବଦଳରେ ଯନ୍ତା ବ୍ୟବହାର କରିପାରିବେ ।

• ମାଛିରୁ ରକ୍ଷା ପାଇବାପାଇଁ ଚାହୁଁଥିଲେ ଘରର କବାଟ ସବୁବେଳେ ବନ୍ଦ ରଖନ୍ତୁ । ତଥାପି ଯଦି ଘରକୁ ଆସୁଛନ୍ତି ତେବେ ସୁଗନ୍ଧିତ ତୈଳରେ ଏକ କପଡା ବୁଡାଇ ଘର କବାଟରେ ଟଙ୍ଗାଇ ଦିଅନ୍ତୁ । ଏପରି କଲେ ଘରେ ମାଛି ପଶିବେ ନାହିଁ ।

• ପିଆଜ ରସ ଓଡଷ ମାରିବାର ଏକ ଭଲ ଉପାୟ । ପିଆଜ ରସ ଗନ୍ଧରେ ସେମାନେଙ୍କ ନିଶ୍ୱାସ ପ୍ରଶ୍ୱାସ ବନ୍ଦହୋଇଯାଏ ଏବଂ ସେମାନେ ବହୁତ ଯଲଦି ମରିଯାଆନ୍ତି ।

• କାରପେଟ ତଳେ ଲିମ୍ବପତ୍ର ରଖନ୍ତୁ । ଏପରି କରିବା ଦ୍ୱାରା କୀଟପତଙ୍ଗ ଘରକୁ ଆସିବେ ନାହିଁ ।

• ଅସରପା ଦୂର କରିବା ପାଇଁ କୌଣସି ବିଷାକ୍ତ ରସାୟନ ବ୍ୟବହାର କରିବା ପରିବର୍ତ୍ତେ ଆପଣ ଘରକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ । ଏପରି କଲେ ଅସରପା ଆପଣଙ୍କ ଘରୁ ଦୂରେଇ ରହିବେ ।