ନାଗ ମୁଣ୍ଡରୁ ପ୍ରଘଟିତ ହେଲା ଆଲୋକ ! ଦେଖିବା ଲୋକ ହୋଇଗଲେ ସ୍ତବ୍ଧ, ଆରମ୍ଭ ହେଲା ପୂଜାର୍ଚ୍ଚନା ।

149

ଅନେକ ସ୍ଥାନରେ ଲୋକମାନେ ସାପକୁ ପୂଜା କରିଥାନ୍ତି । ଏବଂ ନାଗ ସାପ ପାଖରେ ନାଗ ମଣି ରହିଥିବା ମଧ୍ୟ ବିଶ୍ୱାସ ରହିଛି । ତେବେ କର୍ଣ୍ଣାଟକ ଚିକମଙ୍ଗଲୁରର ହୋଲମାକି ଗାଁରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା, ଯାହା ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ । ଗାଁର ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେତେବେଳେ ଚାଷ କ୍ଷେତରେ ସେମାନେ ଅକ ଦୁର୍ଲଭ ପ୍ରଜାତିର ନାଗ ସାପ ଦେଖିଥିଲେ । ତେବେ ପ୍ରକୃତ କଥା ହେଉଛି, ସାପଟିର ମୁଣ୍ଡରେ ଲାଲ୍ ରଙ୍ଗର ଆଲୋକ ପ୍ରଘଟିତ ହେଉଥିଲା । ଯାହା ଦେଖି ଉପସ୍ଥିତ ଥିବା ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ ଏବଂ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ ।

ସୋସିଆଲ ମିଡିଆରେ ମଧ୍ୟ ଏହି ସାପର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓରେ ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏକ କୁକୁର ଉକ୍ତ ସାପଟିକୁ ଦେଖି ଭୋକୁଥିବାର ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ସାପ ମୁଣ୍ଡରୁ ଆଲୋକ ପ୍ରଘଟିତ ହେଉଥିବା ସ୍ପଷ୍ଟ ଜଣାପଡୁଛି । ସୂଚନା ଅନୁଯାୟୀ, ହୋଲମାକି ଗାଁ ନିବାସୀ ଅବିନାଶଙ୍କ କୁକୁର ଅଚାନକ ଭୋକିବାକୁ ଆରମ୍ଭ କରିଥିଲା । ଲୋକମାନେ ଭାବିଲେ ଯେ, ଚାଷଜମିରେ ହୁଏତ କେହି ପଶୁ ପଶିଯାଇଛି । ଏବଂ କ୍ଷେତରେ ପହଞ୍ଚିବା ପରେ ପ୍ରକୃତ ଦୃଶ୍ୟ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ଏହି ଘଟଣାକୁ ନେଇ ସାପ ବିଶେଷଜ୍ଞ କହିଛନ୍ତି, ଏଥିରେ କୌଣସି ଚମତ୍କାର ନାହିଁ । କୌଣସି ପ୍ରଜାତିର ସାପଙ୍କ ମୁଣ୍ଡରୁ ଆଲୋକ ପ୍ରଘଟିତ ହୋଇନଥାଏ । ଅଧିକ ଖରା କାରଣରୁ ଏପରି ଦୃଶ୍ୟମାନ ହେଉଥିବା ବିଶେଷଜ୍ଞ କହିଛନ୍ତି ।