ଝାଡଖଣ୍ଡ ଗୋଡା କୋଇଲା ଖଣିରେ ଦୁର୍ଘଟଣା : ଖାଦାନ ଧସିବାରୁ ୭ ଜଣଙ୍କ ମୃତ୍ୟୁ

2

ଝାଡଖଣ୍ଡ : ଝାଡଖଣ୍ଡ ଗୋଡା କୋଇଲା ଖଣିରେ ଦୁର୍ଘଟଣା । ଖାଦାନ ଧସିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଶ୍ରମିକ ଖଣି ତଳେ ପୋତିହୋଇରିହିଥିବା ଆଶଙ୍କା କରାଯାଉଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବି ବଢିପାରେ । ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଘଟଣାକୁ ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୃତାହତଙ୍କ ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି । ମୃତକକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୨୫ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି ।

Comments are closed.