ଚଳନ୍ତା ଟ୍ରେନରୁ କୋଇଲା ଚୋରି । ରେଳ ଧାରଣା କଡରେ ଥିବା ଗାଁଗୁଡିକରେ ଚଢଉ ପରେ ଜବତ ହେଲା କୋଇଲା

30

କନକ ବ୍ୟୁରୋ: ଚାଲିଥିଲା ଟ୍ରେନ କୋଇଲା ଲୁଟୁ୍ଥିଲେ ଲୁଟେରା । ଚଳନ୍ତା ଟ୍ରେନରୁ କୋଇଲା ଚୋରି କରିବା ଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଭଳି ଢଙ୍ଗରେ କୋଇଲା ଲୁଟ କରି ବାହାରକୁ ଚୋରା ଚାଲାଣ କରୁଛନ୍ତି ମାଫିଆ । ଗତ କିଛି ଦିନ ତଳେ ଜିଲ୍ଲା ଆରକ୍ଷୀଙ୍କ ନିର୍ଦ୍ଦେଶରେ ରେଳଧାରଣା କଡ଼େକଡ଼େ ଥିବା ଗାଁ ଗୁଡ଼ିକରେ ଚଢ଼ଉ କରି ବ୍ୟାପକ କୋଇଲା ଜବତ କରାଯାଇଛି ।

 

ତେବେ ଏପରି ଘଟଣା ବନ୍ଦ ହେବା ପରିବର୍ତ୍ତେ ବଢି ବଢି ଚାଲିଛି । ୪୦ବସ୍ତା କୋଇଲା ଚୋରା ଚାଲାଣ କରୁଥିବା ଏକ ପିକଅପ ଭ୍ୟାନକୁ ଚାନ୍ଦବାଲି ଥାନା ମତୋ ଫାଣ୍ଡିର ପୁଲିସ କର୍ମଚାରୀ ଅଟକ ରଖିଥିଲେ । ଏହାପରେ ଡ୍ରାଇଭର ଜଣକ ପୁଲିସ କର୍ମଚାରୀ ପ୍ରଣବ କୁମାର ବଳଙ୍କ ହାତରେ କାମୁଡି ଦେଇ ଫେରାର ହୋଇଯାଇଛନ୍ତି । ଗାଡିରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ଚାନ୍ଦବାଲି ଥାନା ଜିମା ଦେଇଛି ।