୨୦୧୩ ମସିହା ଆଇପିଏଲ୍ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ସାମିଲ ଥିବା ସବୁ ପ୍ରତିଷ୍ଠିତ ଲୋକଙ୍କ ଖୁଲାସା କରନ୍ତୁ ସୁପ୍ରିମକୋର୍ଟ ! ସିଓଏ କଲେ ସୁପାରିସ୍ ।

51

୨୦୧୩ ମସିହା ଇଣ୍ଡିଆନ୍ ପ୍ରିମିୟର୍ ଲିଗର (ଆଇପିଏଲ୍) ସଂସ୍କରଣ ଆଜି ମଧ୍ୟ କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟକୁ କୁଠାରଘାତ କରୁଛି । ଏହି ବର୍ଷ ହୋଇଥିବା ସ୍ପଟ୍ ଫିକ୍ସିଙ୍ଗ୍ ବିଶ୍ୱକ୍ରିକେଟରେ ଝଡ ଆଣିଦେଇଥିଲା । ରାଜସ୍ଥାନ ରୟାଲସ୍ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ଭଳି ବଡ ଟିମ୍ ବିରୋଦ୍ଧରେ ବଡ ପଦକ୍ଷେପ ନିଆଯାଇଥିଲା । ସୁପ୍ରିମକୋର୍ଟ ଏଥିରେ କିଛି ବଡ ବ୍ୟକ୍ତିତ୍ୱଙ୍କ ସାମିଲ ଥିବା କଥା ମଧ୍ୟ କହିଥିଲେ । ଏହିଭଳି ଜଣାଶୁଣା ବ୍ୟକ୍ତିଙ୍କ ନାମ ସର୍ବୋଚ୍ଚ ଅଦାଲତରେ କିଛି ଫାଇଲ୍ ମଧ୍ୟରେ ହିଁ ସୀମିତ ରଖାଯାଇଛି । କିନ୍ତୁ ଏବେ ବିସିସିଆଇର କ୍ରିକେଟ ପ୍ରଶାସକୀୟ କମିଟି (ସିଓଏ) ହିଁ ସୁପ୍ରିମକୋର୍ଟର ଏହି ମାମଲାରେ ଖୁଲାସା କରିବା ପାଇଁ କହିଛନ୍ତି ।

ଏବେ ସିଓଏ ଚାହୁଁଛନ୍ତି ଯେ ମୁଦଗଲ୍ କମିଟି ଦ୍ୱାରା କରାଯାଇଥିବା ଯାଞ୍ଚପରେ ସର୍ବୋଚ୍ଚ ଅଦାଲତ ଏନେଇ ଖୁଲାସା କରନ୍ତୁ । ଯାହାଦ୍ୱାରା ଏହି ବ୍ୟକ୍ତିଙ୍କ ବିରୋଦ୍ଧରେ ମାମଲା ଆରମ୍ଭ ହେବ । ସୂତ୍ରାନୁସାରେ ସିଓଏ ସୁପ୍ରିମକୋର୍ଟକୁ କହିଛନ୍ତି ଯେ , ଜଷ୍ଟିସ୍ ମୁଦଗଲ୍ ଦ୍ୱାରା ଉଲ୍ଲେଖ ହୋଇଥିବା ଶେଷ ନଅଟି ନାମ ବିରୋଦ୍ଧରେ ଜରୁରୀ କାର୍ଯ୍ୟାନୁଷ୍ଠାନ କରାଯିବ । ତେବେ ଆପଣଙ୍କୁ କହିରଖୁଛୁ ଯେ ସୁପ୍ରିମକୋର୍ଟର ଭ୍ରଷ୍ଟାଚାର ନିରୋଧକକୁ ମଜବୁତ କରିବା ପାଇଁ ସମ୍ଭାବିତ ଉପାୟକୁ ଆଖି ଆଗରେ ରଖି ଏହି ରିପୋର୍ଟକୁ ଦିଆଯାଇଛି ।

ସିଓଏ ତରଫରୁ ସୁପ୍ରିମକୋର୍ଟରେ ଦିଆଯାଇଥିôବା ଏହି ରିପୋର୍ଟରେ କୁହାଯାଇଛିି ଯେ ସର୍ବୋଚ୍ଚ ନ୍ୟାୟାଳୟ ଜାଞ୍ଚ୍ ରିପୋର୍ଟର ଶେଷ ଅଂଶକୁ ଜରୁରୀ କାର୍ଯ୍ୟକାରୀ କରିବା ପାଇଁ ଧ୍ୟାନ ଦିଆଯାଉ । ମୁଦଗଲ୍ କମିଟିର ଜାଞ୍ଚ୍ ସମୟରେ ସ୍ପଟ୍ ଫିକ୍ସିଙ୍ଗରେ କିଛି ବଡ ଲୋକଙ୍କ ନାଁ ସାମ୍ନାକୁ ଆସିଥିଲା । ସେତେବେଳେ ବିସିସିଆଇ ସୁପ୍ରିମକୋର୍ଟକୁ ଏହି ଲୋକଙ୍କ ନାଁର ଖୁଲାସା ନକରିବା ପାଇଁ ଅନୁରୋଧ କରିଥିଲେ । ସେତେବେଳେ ଖେଳାଳୀମାନଙ୍କ ସମ୍ମାନ ହାନି ହେବା ନଜରରେ ରଖି ଏହାକୁ ସେତେ ଗୁରୁତ୍ୱ ଦିଆଯାଇନଥିଲା । ବର୍ତ୍ତମାନ ସିଓଏ ତରଫରୁ ରିପୋର୍ଟରେ କୁହାଯାଇଛି ଯେ ଫାଇଲ୍ ଭିତରେ ଚାପି ହୋଇ ରହିଥିବା ଫାଇଲକୁ ଖୋଲିବାର ସମୟ ଆସିଯାଇଛି । ଯାହା ସ୍ପଟ୍ ଫିକ୍ସିଙ୍ଗ୍ ଏବଂ ଏଥିରେ ଜଡିତ ଥିବା ଲୋକଙ୍କ ସମସ୍ୟାର କାରଣ ପାଲଟିବ ।