ମୁଣ୍ଡ ଯୋଡ଼ି ହୋଇଥିବା ଯାଆଁଳା ଶିଶୁ ଦିଲ୍ଲୀ-ଏମ୍ସ ଯିବା ପାଇଁ ପ୍ରସ୍ତୁତି : ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

23

କନକ ବ୍ୟୁରୋ : ଯୋଡ଼ା ମୁଣ୍ଡରୁ ମୁକ୍ତି ପାଇବ ଯାଆଁଳା ଜୀବନ । ଓଡିଶାର କନ୍ଧମାଳ ଜିଲ୍ଲାର ଏହି ଦୁଇ ଶିଶୁଙ୍କ ଅପରେସନ ହେବ ଦିଲ୍ଲୀ ଏମ୍ସରେ । ସ୍ନାୟୁ ଚିକିତ୍ସକଙ୍କ ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏହି ଅପରେସନ କରିବ । ତେବେ ସବୁଠାରୁ ବଡ ଚ୍ୟାଲେଞ୍ଜ ରହିବ ଶିଶୁଙ୍କ ଚର୍ମ ଓ ସ୍ନାୟୁକୁ ଅଲଗା କରିବା ।

ହେଲେ ଗୋଟିଏ ଭଲ କଥା ହେଉଛି ଏହି ଶିଶୁଙ୍କ ମୁଣ୍ଡ ଯୋଡ଼ି ହୋଇ ରହିଥିଲେ ମଧ୍ୟ ଦୁଇଟି ମସ୍ତିଷ୍କ ରହିଛି । କାହିିଁକି ନା ଉଭୟଙ୍କ ଚାଳିଚଳନ ଅଲଗା ଅଲଗା ପରିଲକ୍ଷିତ ହେଉଛି । ଜଣେ ଶୋଇଥିଲେ ଆଉ ଜଣେ ଚେତା ରହି ପାରୁଛି । ଜଣେ କାନ୍ଦିଲେ ଆଉ ଜଣେ ଚୁପ୍ ହୋଇ ବସି ରହି ପାରୁଛି । ଏଣୁ ସେମାନଙ୍କର ସଫଳ ଅପରେସନ ହେବାର ସମ୍ଭାବନା ଯଥେଷ୍ଟ ଅଧିକ । ଡାକ୍ତରଙ୍କ ଗବେଷଣା ଓ ଚିକିତ୍ସା ବିଜ୍ଞାନର ପରିବର୍ଦ୍ଧିତ ପରିଧି ଭିତରେ ଏଭଳି ଅପରେସନ କଷ୍ଟସାଧ୍ୟ କିନ୍ତୁ ଅସମ୍ଭବ ନୁହେଁ । ଏଣୁ ଓଡିଶାର ଏହି ଦୁଇ ଶିଶୁଙ୍କ ସଫଳ ଅପରେସନର ଆଶା ଯଥେଷ୍ଟ ଅଧିକ ।

ଦେଖନ୍ତୁ ଏହି ଭିଡିଓ –