ଭୁବନେଶ୍ୱରେ ପହଂଚିଛନ୍ତି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ! ଚିକିତ୍ସା ପାଇଁ ଆସନ୍ତାକାଲି ଯିବେ ଦିଲ୍ଲୀ

25

କନକ ବ୍ୟୁରୋ: ଭୁବନେଶ୍ୱରେ ପହଂଚିଛନ୍ତି କନ୍ଧମାଳ ଭୂୟାଁ କହଁରଙ୍କ ଜାଆଁଳା ଶିଶୁ । ଯୋଡାମୁଣ୍ଡର ଚିକିତ୍ସା ପାଇଁ ଆସନ୍ତାକାଲି ଦିଲ୍ଲୀ ଅଭିମୁଖେ ଏମାନେ ପରିବାର ସହ ଯାତ୍ରା କରିବେ । ଦିଲ୍ଲୀ ଏମ୍ସରେ ଏହି ଜାଆଁଳା ଶିଶୁଙ୍କ ଚିକିତ୍ସା ହେବ । ପ୍ରଥମେ କଟକ ବଡ଼ ମେଡ଼ିକାଲରେ ସ୍ୱାସ୍ଥ୍ୟ ବିଭାଗର ତତ୍ୱାବଧାନରେ ଯୋଡ଼ା ମୁଣ୍ଡର ଚିକିତ୍ସା କରାଯାଇଥିଲା । ଏବେ ଆବଶ୍ୟକ ପଡିବାରୁ ଦୁଇ ଶିଶୁଙ୍କୁ ରାଜ୍ୟ ବାହାରକୁ ନିଆଯାଇ ଚିକିତ୍ସା କରାଯିବ ।

ଦୀର୍ଘ ଦୁଇ ବର୍ଷ ଧରି ଗୋଟିଏ ହସ୍ପିଟାଲରୁ ଆଉ ଗୋଟାଏ ହସ୍ପିଟାଲ ଯାଇ ନୟାନ୍ତ ହେବା ପରେ ଶେଷରେ କଟକ ବଡ଼ ମେଡ଼ିକାଲରେ ପହଂଚିଥିଲେ ଭୂୟାଁ କହଁରଙ୍କ ଦୁଇ ଶିଶୁ । ଚିକିତ୍ସା ଜରିଆରେ ସୁରକ୍ଷିତ ଭାବେ ଯୋଡ଼ା ମୁଣ୍ଡକୁ ଅଲଗା କରିବା ପାଇଁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସା ହୋଇନପାରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା କରିବା ପାଇଁ ନିଷ୍ପତି ନିଆଯାଇଥିଲା ।