ବିଜେପୁର ପାଇଁ ନବୀନଙ୍କ ବଡ ଘୋଷଣା ! ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ଲିଫ୍ଟ କେନାଲ ସିଷ୍ଟମ

28

କନକ ବ୍ୟୁରୋ: ବିଜେପୁର ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଘୋଷଣା । ବିଜେପୁର ଲିଫ୍ଟ କେନାଲ ସିଷ୍ଟମକୁ କାର୍ଯ୍ୟକାରୀ କରିବାକୁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଭୂତଳ ଜଳସେଚନ ବ୍ୟବସ୍ଥା ପାଇଁ ୧୨ ଶହ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୩୨ ହଜାର ହେକ୍ଟର ଜମି ଏହି ପ୍ରକଳ୍ପ ଦ୍ୱାରା ଜଳସେଚନ ସୁବିଧା ପାଇପାରିବେ । ଏହାଦ୍ୱାରା ଖରିପ ଋତୁରେ ୨୫ ହଜାର ୬ ଶହ ହେକ୍ଟର ଓ ରବିରେ ୭ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ ।

ପ୍ରକଳ୍ପ ଯୋଗୁଁ ୧୮ କିଲୋମିଟର ଦୂରରୁ ବରଗଡ ମୁଖ୍ୟ କେନାଲରୁ ମାଟିତଳେ ପାଇପ ଯୋଗେ ପାଣି ଆସିବ । ପ୍ରତି ୪ ହେକ୍ଟର ଜମି ପାଇଁ ଗୋଟିଏ ଗୋଟିଏ ପଏଂଟ ଯୋଗାଇଦିଆଯିବ । ଏହି ପ୍ରକଳ୍ପର ନାମ ରହିବ ଗଙ୍ଗାଧର ମେହେର ଲିଫଟ କେନାଲ ବ୍ୟବସ୍ଥା । ପ୍ରକଳ୍ପ ପାଇଁ ଅତ୍ୟାଧୁନିକ କୌଶଳ ବ୍ୟବହାର କରାଯିବ । ସାରା ଦେଶରେ ଏହି ପ୍ରକଳ୍ପ ଏକ ମଡେଲ ପ୍ରକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।