ବିଜେପିର ଜାତୀୟ କାର୍ଯ୍ୟକାରିଣୀ ପ୍ରସ୍ତୁତି ବୈଠକ ! ପ୍ରଭାରୀ ଅରୁଣ ସିଂ କହିଲେ, ୨୦୧୯ରେ ସରକାର ଗଢିବ ବିଜେପି

27

କନକ ବ୍ୟୁରୋ : ଓଡିଶାରେ ହେବ ବିଜେପିର ସମରସଜ୍ଜା । ଆସନ୍ତା ୧୫ ଓ ୧୬ରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ । ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ସଫଳ କରିବା ପାଇଁ ବିଜେପି କାର୍ଯ୍ୟାଳୟରେ ଡକାଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ନେଇ ନକ୍ସା ପ୍ରସ୍ତୁତ କରାଯିବ । ଏନେଇ ଭୁବନେଶ୍ୱର ପାର୍ଟି ଅଫିସରେ ପହଂଚି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜୀବ ପ୍ରତାବ ରୁଡ୍ଡୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଂଚି ଦଳର ନେତା ଓ କର୍ମୀ ସହ ଆଲୋଚନା କରିବା ସହ କାର୍ଯ୍ୟକାରିଣୀ ବୈଠକ ସଫଳ କରିବା ପାଇଁ ଆଲୋଚନା କରିଛନ୍ତି ।

ରାଷ୍ଟ୍ରିୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହଙ୍କ ସମେତ ୧୩ଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହେବେ । ୩ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ୩ଶହ ୨୫ ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଭ୍ୟ ଯୋଗ ଦେବେ । ବୈଠକ ପୂର୍ବଦିନ ସାଂଗଠନିକ ପଦାଧିକାରୀଙ୍କ ସହ ଆଲୋଚନା କରାଯିବ । ଓଡିଶା ଲୋକଙ୍କ ଧନ୍ୟବାଦ୍ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ଆସିବେ ବୋଲି କହିଛନ୍ତି ଅରୁଣ ସିଂହ । ୨୦୧୯ରେ ଓଡିଶାରେ ବିଜେପି ଦୁଇ ତୃତୀୟାଂଶ ଭୋଟରେ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ପ୍ରଭାରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –