ଆକାଶରେ ବାଟବଣା ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

46

ଜୟପୁର : ବାଟବଣା ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । କୋରାପୁଟ ଆକାଶରେ ବାଟବଣା ହେବା ନେଇ ଜୋରଦାର ଚର୍ଚ୍ଚା । କୋଟପାଡ ଯାଉଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ହେଲେ ୪୫ ମିନିଟ ଧରି ଆକାଶରେ ଉଡି ବୁଲିଥିଲା ହେଲିକଫ୍ଟର । ରହସ୍ୟମୟ ହୋଇ ଉଠିଥିଲା ଏହି ୪୫ ମିନିଟ୍ । ଜୟପୁର ଏୟାରଷ୍ଟ୍ରିପରୁ କୋଟପାଡ ଯାଉଥିଲେ ମୁଖ୍ୟମନ୍ତ୍ରୀ । ମାତ୍ର ୧୫ ମିନିଟର ଯାତ୍ରା । ହେଲେ ସେହି ସମୟ ମଧ୍ୟରେ ପହଁଚି ପାରିଲାନି ହେଲିକଫ୍ଟର ।

ପ୍ରଶାସନ, ଦଳୀୟ କର୍ମୀ, ଗଣମାଧ୍ୟମ ପ୍ରତିନିଧି ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଯାଇଥିଲା । ହେଲେ ୪୫ ମିନିଟ୍ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ହେଲିକପ୍ଟର ସଂପର୍କରେ କେହି କିଛି କହି ପାରିନଥିଲେ । ପାଖାପାଖି ୩୦ ମିନିଟ୍ କାଳ ଅନ୍ଧାରରେ ରହିଥିଲେ ସମସ୍ତେ । ଅନୁମାନ କରାଯାଉଛି, ଭୁଲ ରୁଟ ସିଗନାଲ୍ ଯୋଗୁଁ ବାଟବଣା ହୋଇ ଆଗକୁ ମାଡି ଯାଇଥିଲା ହେଲିକପ୍ଟର । ତେବେ ଏ ନେଇ କର୍ତୃପକ୍ଷ କିଛି ସ୍ପଷ୍ଟ କରିନାହାଁନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :