ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ : ଅଚଳ ନୋଟ୍ କାରବାର ପାଇଁ ଅନୁମତି ଦେବାକୁ ଚିଠି

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଚଳ ହୋଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ କାରବାର କରିବା ପାଇଁ ଅନୁମତି ମିଳୁ । ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆରବିଆଇକୁ ଏଥିଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ନବୀନ । ସେ ଲେଖିଛନ୍ତି, ପୁରୁଣା ନୋଟ୍ ଗ୍ରହଣ କରିବା ଲାଗି ଡିସିସିବିକୁ ଆରବିଆଇର ଅନୁମତି ନାହିଁ । ଫଳରେ ଉଭୟ ସମବାୟ ବ୍ୟାଙ୍କ କାରବାର ଓ ଚାଷୀ ପ୍ରଭାବିତ ହୋଇଛନ୍ତି ।

ଧାନ ସଂଗ୍ରହରେ ମଧ୍ୟ ବାଧା ଉପୁଜୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୋଟ୍ ଅଚଳ ଫଳରେ କୃଷି ଋଣ ନେଇ ଥିବା ୪୪ ଲକ୍ଷ ଚାଷୀ ଅସୁବିଧାରେ ପଡିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ନବୀନ । ରାଜ୍ୟ ସରକାର ଦୁର୍ନୀତିମୁକ୍ତ ବ୍ୟବସ୍ଥା ପାଇଁ ଅଙ୍ଗୀକାରବଦ୍ଧ ଓ ଶାସନର ସ୍ୱଚ୍ଛତା ପାଇଁ ସବୁପ୍ରକାର ସହଯୋଗ ଯୋଗାଇଦେବ ବୋଲି ପୁଣି ଥରେ ଦୋହରାଇଛନ୍ତି ନବୀନ ।