ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ ଭୟ : ବାଣୀବିହାରରେ ବ୍ୟାପକ ପୋଲିସ ମୁତୟନ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଣ୍ଡାମାଡ ଭୟ । ଉକôଳ ବିଶ୍ୱବିଦ୍ୟାଳୟରେ ଆଜି ବିଭିନ୍ନ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେଥିଲାଗି ବାଣୀବିହାରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନବୀନ ଆଜି ଅପରାହ୍ନରେ ଉକôଳ ବିଶ୍ୱବିଦ୍ୟାଳୟ ଯାଉଥିବାବେଳେ କ୍ୟାମ୍ପସରେ ୨୦ ପ୍ଲାଟୁନ ପୋଲିସ ଓ ୫୦ ଜଣ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅଣ୍ଡାମାଡ ସହ କଳା ପତାକା ପ୍ରଦର୍ଶନ କରିବାକୁ ଧମକ ଦେଇଛି ଛାତ୍ର କଂଗ୍ରେସ । ସେହିପରି ଏବିଭିପି ଓ ଛାତ୍ର କଂଗ୍ରେସ ପକ୍ଷରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଜେଡି ଓ ନବୀନ ବିରୋଧୀ ସ୍ଲୋଗାନମାନ ଲେଖାଯାଇଛି । ଗତକାଲି ରାତିରେ ଏଭଳି କିଛି ଆପତିଜନକ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି । ୨୦୧୪ରେ ମୁଖ୍ୟମନ୍ତ୍ରୀଙ୍କ ଉକôଳ ବିଶ୍ୱବିଦ୍ୟାଳୟ ଗସ୍ତ ସମୟରେ ବାଣୀବିହାରରେ ଅଣ୍ଡାମାଡ କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ଏମାନଙ୍କୁ ଆଇପିସିର ଧାରା ୩୦୭ ଅର୍ଥାତ ହତ୍ୟା ଉଦ୍ୟମ ଭଳି ଦଫାରେ ଗିରଫ କରାଯାଇଥିଲା । ତେଣୁ ଏଥର ଛାତ୍ର କଂଗ୍ରେସର ଧମକକୁ ହାଲୁକା ଭାବେ ନେବାକୁ ଚାହୁଁନାହିଁ ବିଜେଡି । ନବୀନଙ୍କ ଗସ୍ତ ସମୟରେ କୌଣସି ବିଶୃଙ୍ଖଳା ସୃଷ୍ଟି କଲେ ଏହାର କଡା ଜବାବ ଦିଆଯିବ ବୋଲି ଛାତ୍ର ବିଜେଡି କହିଛି ।