ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ବଦଳିଲେ ଭଦ୍ରକ ଏସପି ଓ ଏଡିଏମ୍ ! ଅନୁପ ସାହୁ ହେଲେ ନୂଆ ଏସପି

65

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଦ୍ରକ ଗସ୍ତ ପରେ ପରେ ଜିଲ୍ଲା ପୋଲିସ ପ୍ରଶାସନରେ ବଡ ଧରଣର ଅଦଳବଦଳ କରାଯାଇଛି । ଏସପି ଦୀଲିପ ଦାସଙ୍କୁ ବଦଳି କରାଯାଇ ପୋଲିସ ମୁଖ୍ୟାଳୟରେ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ଏସପି ଅନୁପ ସାହୁଙ୍କୁ ଭଦ୍ରକର ଏସପି ଭାବରେ ନିଯୁକ୍ତି ଦିଆଯାଇଛି ।

ସେପଟେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି । ତାଳଚେର ଉପଜିଲ୍ଲାପାଳ ଶ୍ୟାମାଭକ୍ତ ମିଶ୍ରଙ୍କୁ ଭଦ୍ରକ ଏଡିଏମ ଭାବେ ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀରୁ ଫେରିବା ପରେ ଦଙ୍ଗାଗ୍ରସ୍ତ ଭଦ୍ରକରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ । ସୁରକ୍ଷା ବଳୟକୁ ଭେଦ କରି, ପ୍ରବଳ ଖରାରେ ମୁଖ୍ୟମନ୍ତ୍ରୀ ଦଙ୍ଗା ପ୍ରଭାବିତଙ୍କୁ ଭେଟିଥିଲେ ନବୀନ ।