ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ବିରୋଧ : କଂଗ୍ରେସ ଓ ବିଜେପିର ବନ୍ଦ ପାଳନ ବେଳେ ପୋଡାଜଳା

41

ମାଲକାନଗିରି :  ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ ପ୍ରତିବାଦ  । ଗସ୍ତ ବିରୋଧରେ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ ଓ ବିଜେପି  । ପୁଲିସ ୧୫ଜଣ କଂଗ୍ରେସ କର୍ମୀ ଓ ୫ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି  । ଜାପାନୀ ଏନସେଫାଲାଇଟିସ ମହାମାରି ପରେ ଆଜି ପ୍ରଥମ ଥର ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନୀ ଜ୍ୱରରେ କୋଳଶୂନ୍ୟ ଓ ଶିଶୁହରା ବାପା ମାଆଙ୍କ ପ୍ରତି ସମବେଦନା କିମ୍ବା କୌଣସି କ୍ଷତିପୂରଣ ମଧ୍ୟ ଘୋଷଣା କରି ନହାନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଏବେ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ମାଲକାନଗିରି ଗସ୍ତ କରୁଥିବା ଅଭିଯୋଗ କରି ଦିନିକିଆ ବନ୍ଦ ଡାକରା ଦେଇଛନ୍ତି ଉଭୟ ବିରୋଧୀଦଳ ।

ଏହି ବନ୍ଦକୁ ସମର୍ଥନ ଜଣାଇଛି ଜିଲ୍ଲା ଆଦିବାସୀ ସମାଜ ମହାସଙ୍ଘ । ୨୪୮ କୋଟି ଟଙ୍କା ବ୍ୟୟର ୨୦ ଟି ପ୍ରକଳ୍ପର ଉଦଘାଟନ ଓ ୮୦ ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଏବଂ ଏସ.ପି ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ଓ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛନ୍ତି  । ମୁଖମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ଡି.ଏନ୍.କେ ପଡିଆକୁ ପୋଲିସ ଛାଉଣି ରେ ପରିବର୍ତନ କରା ଯାଇ ଥିବା ବେଳେ ଏସ.ଓ.ଜି., ଡି.ଭି.ଏଫ ଙ୍କ ନେଇ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ –