ଶକ୍ତି ପ୍ରଦର୍ଶନ ପାଇଁ ପୁରୀରେ ନବୀନ ପଟ୍ଟନାୟକ ! ସଭା ଆଗରୁ ଶ୍ରୀଜିଉଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

46

କନକ ବ୍ୟୁରୋ: ବିଜୁ ଜନତା ଦଳ ପାଳନ କରୁଛି ଜନ୍ମଦିନ । ପ୍ରତିଷ୍ଠା ଦିବସରେ ପୁରୀରେ ଶକ୍ତି ଦେଖାଇବେ ବିଜେଡି ଓ ଦଳର ସୁପ୍ରିମୋ ନବୀନ ପଟନାୟକ । ଏଥିପାଇଁ ଶ୍ରୀକ୍ଷେତ୍ରରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପୁରୀରେ ପହଂଚିବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଦୀର୍ଘ ୧୭ ବର୍ଷ ଧରି କ୍ଷମତାରେ ଥିବା ଶାସକ ବିଜେଡି ପୁରୀ ସହରରେ ପାଳନ କରୁଛି ୨୦ତମ ପ୍ରତିଷ୍ଠା ଦିବସ । ପୁରୀରେ ରୋଡ ସୋ ଜରିଆରେ ଦମ ଦେଖାଇବ ବିଜେଡି । ଦଳର ଜନ୍ମଦିନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଠି ହୋଇଛନ୍ତି ତୃଣମୂଳରୁ ଶିଖରସ୍ତରର ନେତା ଓ କର୍ମୀ । ଏହି ସଭାରେ ପ୍ରସ୍ତୁତ ୨୦୧୯ ପାଇଁ ନିର୍ବାଚନୀ ଖସଡ଼ା ପ୍ରସ୍ତୁତ କରିବେ ସୁପ୍ରିମୋ । ସକାଳୁ ସକାଳୁ ପୁରୀରେ ବିଜେଡି କର୍ମୀ ଓ ନେତାଙ୍କ ଭିଡ ଲାଗିଲାଣି । ରାଜ୍ୟର ବିଭିନ୍ନ ସ୍ଥାନରୁ ନେତା ଓ କର୍ମୀ ପୁରୀରେ ପହଂଚିଛନ୍ତି ।

ସେପଟେ, ୨୦ତମ ପ୍ରତିଷ୍ଠା ଦିବସ ଓ ପୁରୀ ସର୍କିଟ ହାଉସରେ କ୍ୟାବିନେଟ୍ ବୈଠକ ଯୋଗ ଦେବା ପାଇଁ ପୁରୀ ଯାଇଥିବା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପରେ ସିଂହଦ୍ୱାର ଠାରେ ପହଁଞ୍ଚିଛନ୍ତି । ପୁରୀ ସ୍ୱର୍ଗଦ୍ୱାର ଠାରେ ଶ୍ରୀ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ସମାଧିରେ ମାଲ୍ୟାର୍ପଣ କରିଛନ୍ତି ।

ଦିନ ୧୧ଟାରେ ହେବାକୁ ଥିବା କ୍ୟାବିନେଟ୍ ବୈଠକ ଓ ପରେ ପରେ ବିଜେଡିର ପ୍ରତିଷ୍ଠା ଦିବରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏଥିପାଇଁ ଶ୍ରୀ ପଟ୍ଟନାୟକ ଆଜି ସକାଳେ ପୁରୀରେ ପହଞ୍ଚିଛନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀ ପଟ୍ଟନାୟକ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିଛନ୍ତି। ସେଠାରୁ ସେ ସ୍ୱର୍ଗଦ୍ୱାର ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରି କ୍ୟାବିନେଟ୍ ବୈଠକରେ ଯୋଗ ଦେବା ପାଇଁ ସର୍କିଟ ହାଉସ ଯିବାର କାର୍ଯ୍ୟକ୍ରମରେ ରହିଛି।