ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମାଓ ମୁକାବିଲା ବୈଠକରେ ହେବେ ସାମିଲ

18

କନକ ବ୍ୟୁରୋ : ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମାଓ ପ୍ରଭାବିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସେ ସାମିଲ ହେବେ । ଗତ ମାସରେ ଛତିଶଗଡର ସୁକମାରେ ମାଓବାଦୀଙ୍କ ହମଲାରେ ୨୫ଯବାନ ସହିଦ ହେବା ପରେ କେନ୍ଦ୍ର ସରକାର ମାଓବାଦୀ ଦମନ ପାଇଁ ରଣକୌଶଳ ସମୀକ୍ଷା କରିବେ । ମାଓ ବିରୋଧୀ ଅପରେସନ ଜୋରଦାର କରିବା ପାଇଁ କେନ୍ଦ୍ର ନିଷ୍ପତି ନେଇଥିବାରୁ ମୁଖ୍ୟମନ୍ତ୍ରୀମାନଙ୍କ ମତାମତ ଲୋଡାଯିବ ।