ବକ୍ସି ଜଗବନ୍ଧୁଙ୍କୁ ନେଇ ରାଜନୀତି ! ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ନବୀନଙ୍କ ଦିଲ୍ଲୀ ଗସ୍ତ

22

କନକ ବ୍ୟୁରୋ: ଆସନ୍ତାକାଲି ଦିଲ୍ଲୀରେ ହେବ ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତ୍ତି ଉତ୍ସବ । ଏଥିରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ବିଜ୍ଞାନ ଭବନରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ଯୋଗଦେବେ । ୨୧ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଭେଟିବେ । ସେହିଭଳି ହାଇଦ୍ରବାଦ ହାଉସରେ ୨୨ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିଦାୟକାଳୀନ ଉତ୍ସବରେ ଯୋଗଦେବେ । ୨୩ ତାରିଖରେ ସେ ଭୁବନେଶ୍ୱର ଫେରିଆସିବା କାର୍ଯ୍ୟକ୍ରମ ରହିଛି ।