ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

24

କନକ ବ୍ୟୁରୋ : ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଞ୍ଜନଗରରେ ସିିରିଜ୍ ଶିଳାନ୍ୟାସ କରିବା ସହ ହିଞ୍ଜିଳିକାଟୁରେ ଆୟୋଜିତ ଭିନ୍ନକ୍ଷମ ଶିବିରରେ ହିତାଧିକାରୀଙ୍କୁ ଉପକରଣ ଓ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ପାଖାପାଖି ଜିଲ୍ଲାର ୨୬ହଜାରରୁ ଉର୍ଦ୍ଧ ଭିନ୍ନକ୍ଷମଙ୍କୁ ବିଭିନ୍ନ ସହାୟତା ଓ ଉପକରଣ ପ୍ରଦାନ କରିବେ ନବୀନ ।

ଏହା ସହ ରେଲୱେ ଓଭରବ୍ରିଜର ଶିଳାନ୍ୟାସ କରିବେ ନବୀନ । ଜିଲ୍ଲାର ମୋଟ ୧୧୯ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।