ଆଜି ପୁଣି ଥରେ ବସିବ କ୍ୟାବିନେଟ୍ ବୈଠକ: କାଳିଆ ଯୋଜନାକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ଜଳ ସେଚନ ପାଇଁ ନିଆଯାଇପାରେ ନିଷ୍ପତି

ସେପଟେ କାମଚଳା ବଜେଟ ଅନୁମୋଦନ ପାଇଁ ମନ୍ତ୍ରୀ ପରିଷଦ ବୈଠକ ବସିବା ସୂଚନା

191

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଲୋକଙ୍କୁ ଅଭିଯୋଗ କରିବାକୁ କୌଣସି ସୁଯୋଗ ଦେବାକୁ ଚାହୁଁନାହାନ୍ତି ରାଜ୍ୟ ସରକାର। ମାତ୍ର ୩ ଦିନ ପରେ ପୁଣିଥରେ ଆଜି ପୁଣି ଥରେ ସନ୍ଧ୍ୟା ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଡକାଯାଇଛି। ରିପୋର୍ଟ ଲେଖା ହେବା ବେଳକୁ କ୍ୟାବିନେଟ ପ୍ରସ୍ତାବ କୌଣସି ମନ୍ତ୍ରୀଙ୍କୁ ଦିଆଯାଇନଥିଲେ ବି ସୂତ୍ର ମୁତାବକ କ୍ୟାବିନେଟରେ ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି।

କାଳିଆ ଯୋଜନାକୁ ଅଧିକ କାର‌୍ୟ୍ୟକ୍ଷମ କରିବା ସହ ଜଳ ସେଚନ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
କ୍ୟାବିନେଟ ବୈଠକ ପରେ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପନ ହେବାକୁ ଥିବା କାମଚଳା ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିବ।