ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଂଟନ କଲେ ମୁଖ୍ୟମନ୍ତ୍ରୀ ! କହିଲେ, ଗରିବ ଲୋକଙ୍କ ଖୁସି ମୋ ପାଇଁ ସବୁଠାରୁ ବଡ଼ ସନ୍ତୋଷ

143

କନକ ବ୍ୟୁରୋ : ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଜନତା ମଇଦାନରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ମହାନଗର ନିଗମ ଅଂଚଳରେ ୧୦,୦୦୦ ବସ୍ତିବାସିନ୍ଦାଙ୍କୁ ଆବାସ ମିଶନ ଯୋଜନାରେ ବାସଗୃହ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସଭାରେ ଉଦବୋଧନ ଦେଇ ନବୀନ କହିଛନ୍ତି ଗରିବ ଲୋକଙ୍କ ଖୁସି ମୋ ପାଇଁ ସବୁଠାରୁ ବଡ଼ ସନ୍ତୋଷ । ଲୋକଙ୍କ କଲ୍ୟାଣକୁ ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି ରାଜ୍ୟ ସରକାର । ମହିଳା, ଚାଷୀଙ୍କ ସୁଖଦୁଃଖରେ କାମ କରିଆସୁଛି ଆଉ ସବୁଦିନ କରୁଥିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମିଶନ ଶକ୍ତିର ମା’ମାନଙ୍କୁ ସାରଥୀ ଭାବେ ବର୍ଣ୍ଣନା କରିଛନ୍ତି ନବୀନ । ସେ କହିଛନ୍ତି ରାଜ୍ୟ ସରକାର ତାଙ୍କର ସମସ୍ତ ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ କରିଛି । ପୂର୍ବରୁ ମା’ମାନଙ୍କୁ ୧ ପ୍ରତିଶତ ସୁଧରେ ଋଣ ମିଳୁଥିଲା । ଆଉ ଏବେ ୦ ପ୍ରତିଶତ ସୁଧରେ ମହିଳାଙ୍କୁ ଋଣ ପ୍ରଦାନ କରାଯାଉଛି । ନବୀନ କହିଛନ୍ତି ସହରରେ ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଜାଗା ମିଶନ କରିଛନ୍ତି, ଯାହା ଦେଶରେ ପ୍ରଥମ ।