ବରଗଡରେ ଚାଷୀ ମହାସମାବେଶରେ ନବୀନ ! ମୁଖ୍ୟମନ୍ତ୍ରୀ କହିଲେ, କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି

170

କନକ ବ୍ୟୁରୋ : ବରଗଡ଼ କାଳିଆ ଚାଷୀ ମହାସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମିଳିବ ଦିତ୍ୱୀୟ ପର୍ଯ୍ୟାୟ କାଳିଆ ଟଙ୍କା । ୧୪ ଲକ୍ଷ ଚାଷୀଙ୍କ ଆକାଉଂଟକୁ ଆଜି କାଳିଆ ଟଙ୍କା ଯିବ ବୋଲି ବରଗଡରେ ଚାଷୀ ମହାସମାବେଶରେ ଯୋଗଦେଇ ନବୀନ କହିଛନ୍ତି । ଚାଷୀ ସମାବେଶରେ ଉଦବୋଧନ ଦେଇଛନ୍ତି ନବୀନ । କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ଜଣେ ବି ଚାଷୀ ଯେପରି ଏହି ଯୋଜନାରୁ ବଂଚିତ ନୁହଁନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି । ପୂର୍ବରୁ ୧୬ ଲକ୍ଷ ଚାଷୀଙ୍କ ଆକାଉଂଟକୁ ଟଙ୍କା ଯାଇଥିଲା । ଚାଷୀ ପାଇଁ କାଳିଆ ଯୋଜନା ଏକ ଐତିହାସିକ ପଦକ୍ଷେପ ।

କାଳିଆ ଯୋଜନାରୁ ଭୁମିହୀନ, କ୍ଷୁଦ୍ରଚାଷୀ, ଭାଗଚାଷୀ ସମସ୍ତେ ଉପୃକତ ହୋଇପାରିବେ ବୋଲି କହିଛନ୍ତି ନବୀନ । ସେହିପରି ଗତ ୧୫ତାରିଖ ଦିନ କେନ୍ଦ୍ରାପଡା ଚାଷୀ ମହାସମାବେଶରେ ୩ ଲକ୍ଷ ୫୦ହଜାର ଭୂମିହୀନ ଚାଷୀଙ୍କୁ ଟଙ୍କା ମିଳିସାରିଛି । ଏହା ସହିତ ଆଜି ବରଗଡ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ।

କେନ୍ଦ୍ରର ପିଏମ କିଷାନ୍ ଯୋଜନା ଠାରୁ କାଳିଆ ଯୋଜନା ଭଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରେ ଛୋଟ ଚାଷୀ, ଜମିନଥିବା ଚାଷୀଙ୍କୁ ସୁବିଧା ମିଳିବ ନାହିଁ । ଏହି ଯୋଜନାରେ ସମସ୍ତଙ୍କୁ  ସାମିଲ କରିବା ପାଇଁ ମୋଦିଙ୍କୁ ଚିଠି ଲେଖିବା କଥା କହିଛନ୍ତି ନବୀନ । ୬୦୦୦ ନୁହେଁ ୧୦,୦୦୦ ଟଙ୍କା ଦିଆଯାଉ । ଓଡ଼ିଶାରେ ଚାଷୀଙ୍କୁ ୦ ପ୍ରତିଶତ ସୁଧରେ ଋଣ ଦେଉଛି । ମହିଳାଙ୍କୁ ମଧ୍ୟ ମିଶନ୍ ଶକ୍ତି ମାଧ୍ୟମରେ ୦ ପ୍ରତିଶତ ସୁଧରେ ଋଣ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ଚାଷୀ, ମହିଳା ଓ ଯୁବଗୋଷ୍ଠୀଙ୍କ ସଶକ୍ତିକରଣ ରାଜ୍ୟ ସରକାରଙ୍କ ମଧ୍ୟ ବୋଲି କହିଛନ୍ତି ନବୀନ ।

Comments are closed.