ବିଜେଡି ସାଂସଦ ବୈଜୟନ୍ତଙ୍କ ଷଡଯନ୍ତ୍ର ତତ୍ୱ ଉପରେ ନବୀନ ରଖିଲେ ଉତର ! କହିଲେ, ଠିକ ନୁହେଁ ଏଭଳି ମନ୍ତବ୍ୟ

24

କନକ ବ୍ୟୁରୋ : ବୈଜୟନ୍ତଙ୍କ ଷଡଯନ୍ତ୍ର ତତ୍ୱ ଉପରେ ଉତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ବୈଜୟନ୍ତଙ୍କ ମନ୍ତବ୍ୟ ଆଦୌ ଠିକ ନୁହେଁ । ଗତକାଲି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ନେତାଙ୍କୁ ବାହାର କରିବାକୁ ଷଡଯନ୍ତ୍ର ଉଦ୍ୟମ କରାଯାଉଥିବା କହିଥିଲେ ।

ପୂର୍ବରୁ ବହୁ ନେତାଙ୍କୁ ଷଡଯନ୍ତ୍ର କରି ବାହାର କରାଯାଇଛି । ଏବେ ବି ଷଡଯନ୍ତ୍ର କରି ବାହାର କରିବାକୁ ଉଦ୍ୟମ କରାଯାଉଛି । ଦଳରେ ନେତାଙ୍କୁ ରଖିବାକୁ ବ୍ୟବସ୍ଥା କରାଯାଉ ବୋଲି କହିଥିଲେ ବୈଜୟନ୍ତ ।