ରାଉରକେଲା ରଘୁନାଥପାଲିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ ! ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡ଼ି ସୁପ୍ରିମୋ

125

କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି । ବରଗଡ, ବରପାଲି ପରେ ବିଜେପୁର ଓ ଗାଇସିଲଟ ନିର୍ବାଚନୀ ସଭାରୁ ଉଦବୋଧନ ଦେବା ପରେ ରାଉରକେଲା ରଘୁନାଥପାଲିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ କରୁଛନ୍ତି । ହାଇଟେକ ବସରେ ପ୍ରଚାର କରୁଛନ୍ତି ନବୀନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବିଜେଡ଼ି ସୁପ୍ରିମୋ । ରୋଡ଼ସୋ’ରେ ସାମିଲ ହୋଇଛନ୍ତି ଅନେକ ନେତା ଓ କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଝଲକ ପାଇବା ପାଇଁ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ବିଜେଡି କର୍ମୀଙ୍କ ଓ ସମର୍ଥକଙ୍କ ଭିଡ ଜମୁଛି ।

ସେପଟେ ବିିଜେପୁରରେ ବିଜେଡି ସୁପ୍ରିମୋ କହିଛନ୍ତି ଯେ, ଗତ ଉପ ନିର୍ବାଚନ ବେଳେ ସେ ବିଜେପୁର ଆସିଥିଲେ । ସମସ୍ତଙ୍କର ସ୍ନେହ ଓ ଆଦର ତାଙ୍କୁ ବହୁତ ଭଲ ଲାଗିଥିଲା । ବିଜେପୁରର ବନ୍ଧୁମାନେ ତାଙ୍କୁ ବିଜେପୁରରୁ ଲଢିବାକୁ ଅନୁରୋଧ କରିଥିଲେ । ଏବଂ ଅନୁରୋଧ କ୍ରମେ ସେ ଏଠାରୁ ଲଢିବାକୁ ନିଷ୍ପତି ନେଇଥିବା କହିଛନ୍ତି । ବିଜେପୁରର ବିକାଶ ତାଙ୍କର ଦାୟିତ୍ୱ । ବିଜେଡିକୁ ବିପୁଳ ପରିମାଣ ଭୋଟ ଦେଇ ଜିତେଇବାକୁ ସେ ଅନୁରୋଧ କରିଛନ୍ତି ।