ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ! ସଜାଗ ରହିବାକୁ ସରକାରୀକଳକୁ ନିର୍ଦ୍ଦେଶ ।

36

କନକ ବ୍ୟୁରୋ: ବନ୍ୟା ପରିସ୍ଥିତି ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ସୁଚନା ଦେଇ କହିଛନ୍ତି, ବନ୍ୟା ପରିସ୍ଥିତିକୁ ଠିକ ଭାବେ ମୁକାବିଲା କରାଯାଉଛି । କିନ୍ତୁ ବୈତରଣୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି ବୋଲି ଜଣାପଡିଛି । ଭଣ୍ଡାରୀପୋଖରୀ ଓ ଧାମନଗରରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇାପରେ ବୋଲି ଆଶଙ୍କା କରାଯାଉଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ରହିଛନ୍ତି ।

କିଭଳି ଏହି ବନ୍ୟା ପରିସ୍ଥତିକୁ ମୁକାବିଲା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ସେନେଇ ପ୍ରଶାସନିକ ଅଧିକାରୀ ସତର୍କ ରହିବା ପାଇଁ କୁହାଯାଇଛି । ସେହିପରି ଲଗାଣ ବର୍ଷା ଦ୍ୱାରା ଆଂଶିକ ଭାବେ ୩ଲକ୍ଷ ଲୋକ ପ୍ରଭାବିତ ହେବାସହ, ହଜାରରୁ କମ ବାସଗୃହ କ୍ଷତି ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୁଚନା । ଅନ୍ୟପଟେ ବନ୍ୟା ପ୍ରଭାବରେ ୪ରୁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ବନ୍ୟା ଆଶଙ୍କାକୁ ପ୍ରତିରୋଧ ପାଇଁ ଓଡ୍ରାଫ ଓ ଅଗ୍ନିଶମ ଟିମ ବିଭିନ୍ନ ବିପଦ ସଂକୁଳ ସ୍ଥାନରେ ନିୟୋଜିତ ଅଛନ୍ତି । ଆଂଶିକ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଖାପାଖି ୩ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ଯେଉଁସବୁ ସ୍ଥାନରେ ପରିସ୍ଥିତି ସ୍ୱାଭାବିକ ହୋଇସାରିଛି, ସେଠାରେ ଜିଲ୍ଲା କର୍ତ୍ତୁପକ୍ଷ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଜଳସମ୍ପଦ ସଚିବ ପ୍ରଦୀପ ଜେନା ପ୍ରତିକ୍ରିୟାରେ କହିଛନ୍ତି ଯେ, ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । କାରଣ ୭. ୫ ଲକ୍ଷରୁ ୮ଲକ୍ଷ କ୍ୟୁସେକ ଜଳ ମହାନଦୀ ଅବବାହିକାକୁ ପ୍ରବେଶ କରିବ । ଆଜି ଅପରାହ୍ନ ୩ଟା ସୁଦ୍ଧା ମହାନଦୀ ଅବବାହିକା ପ୍ରବେଶ କରିବାର ଆକଳନ କରାଯାଉଛି । ହୀରାକୁଦରେ ଜଳସ୍ତର ୬୧୬ ଫୁଟ ରହିଛି । ଆସନ୍ତାକାଲି ହୀରାକୁଦ ଗେଟ ଖୋଲିବ ବୋଲି ବୈଠକ ପରେ ସୁଚନା ଦେଇଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା ।