ମୁଖିଆ ନେଲେ ହିସାବ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଣ ଥିଲା ଟାର୍ଗେଟ୍, ଆଉ କଣ ଅଛି ବର୍ତମାନର ସ୍ଥିତି । ଏନେଇ ନବୀନ କରୁଛନ୍ତି ୱାନ୍ ଟୁ ୱାନ୍ ସାକ୍ଷାତ । ସରକାରୀ ଯୋଜନା ଓ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଆଜି ୪ଟି ବିଭାଗର ରିପୋର୍ଟ ଯାଂଚ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ଇସ୍ତାହାର ଅନୁଯାୟୀ ମନ୍ତ୍ରୀମାନେ କାମ କରିଛନ୍ତି କି ନାହିଁ, ତାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସମୀକ୍ଷା ଆରମ୍ଭ ହୋଇଥିଲା ନଗର ଉନ୍ନୟନ ବିଭାଗର ପ୍ରଦର୍ଶନରୁ । ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଗୋଟିଏ ଗୋଟିଏ କରି ବୁଝାଇଥିଲେ ଭୁବନେଶ୍ୱର କେମିତି ଏକ ନମ୍ବର ସ୍ମାର୍ଟ ସିଟି ହେଲା । ୧୦୦ଟି ଆହାର କେନ୍ଦ୍ର ଜରିଆରେ କିଭଳି ୬୮ହଜାର ଲୋକଙ୍କୁ ପ୍ରତ୍ୟକ ଦିନ ଶୃଙ୍ଖଳିତ ଭାବରେ ଆହାର ପ୍ରଦାନ କରାଯାଉଛି । ଏହିପରି ଗୋଟି ଗୋଟି ସଫଳତା କଥା ବଖାଣିଥିଲେ ପୁଷ୍ପେନ୍ଦ୍ର ।

ସେହିଭଳି ମୁଖ୍ୟମନ୍ତ୍ରୀ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗର ସମୀକ୍ଷା କରିଛନ୍ତି । ଏହି ଦୁଇଟି ବିଭାଗର ମନ୍ତ୍ରୀ ଥିଲେ ପ୍ରଦୀପ ମହାରଥୀ । ତେବେ ଏଭଳି ପ୍ରକ୍ରିୟାରେ ସରକାର ନିର୍ବାଚନ ପୂର୍ବରୁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ କେତେ ଦୂର ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ ।