‘ତିତଲି’ ନେଇ ଏସଆରସି ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ! ୩ ଲକ୍ଷ ଲୋକ ସ୍ଥାନାନ୍ତରିତ, ପରିସ୍ଥିତି ଉପରେ ରହିଛି କଡା ନଜର ।

26

କନକ ବ୍ୟୁରୋ : ବାତ୍ୟା ‘ତିତଲି’କୁ ନେଇ ଏସଆରସି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପାଳପୁର ଠାରୁ ୧୬୦ କିଲୋମିଟର ଦୂରରେ ତିତଲି ଥିବା ବେଳେ ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ତେବେ ସମୁଦ୍ରରେ ଏହା ଭୟଙ୍କର ହେଉଥିବାରୁ ଓଡିଶାରେ ଭୟଙ୍କର ବାତ୍ୟା ସୃଷ୍ଟି ହୋଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପାଖାପାଖି ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆହୁରି ଅଧିକ ଲୋକଙ୍କୁ ଯଥାଶିଘ୍ର ସ୍ଥାନାନ୍ତର କରାଯିବ । ଆସନ୍ତାକାଲି ସକାଳ ୫ ଟା ସୁଦ୍ଧା ତିତଲି ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ତେବେ ପରିସ୍ଥିତି ଉପରେ ଭଲ ଭାବେ ନିଜର ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ତିତଲି ପ୍ରସ୍ତୁତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ରାଜ୍ୟରେ ଥିବା ବିଭିନ୍ନ ଡ୍ୟାମ୍ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।