ତଥାଗତଙ୍କ ମନ୍ତବ୍ୟକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ! କହିଲେ, ଭୁଲ୍ କରିଛନ୍ତି ତଥାଗତ, ଜାରି କରାଯିବ କାରଣ ଦର୍ଶାଅ ନୋଟିସ୍

31

କନକ ବ୍ୟୁରୋ : ତଥାଗତ ଶତପଥୀଙ୍କ ମନ୍ତବ୍ୟକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ । କହିଲେ, ଭୁଲ୍ କରିଛନ୍ତି ତଥାଗତ ଏବଂ ଏଥିପାଇଁ ତାଙ୍କୁ ଜାରି କରାଯିବ କାରଣ ଦର୍ଶାଅ ନୋଟିସ୍ । ଦେବୀ ମିଶ୍ରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ତଥାଗତ ।

ଦଳୀୟ ନେତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ କାର୍ଯ୍ୟ ଦିଆଯାଇଛି । ଏହାକୁ ଅନ୍ୟ ଅର୍ଥରେ ନିଆଯିବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତଥାଗତ ଭୁଲ୍ କହିଛନ୍ତି ଏବଂ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।