ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ! କହିଲେ, ବର୍ତ୍ତମାନ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ନାହିଁ

17

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ମନ୍ତ୍ରିମଣ୍ଡଳ ଅଦଳବଦଳର କୌଣସି ସମ୍ଭାବନା ନଥିବା ସ୍ପଷ୍ଟ କାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପରେ ଅଦଳବଦଳ ନେଇ ଚର୍ଚ୍ଚା ହେଉଥିଲା । ସୂଚନାଯୋଗ୍ୟ ଜାତିଆଣ ମନ୍ତବ୍ୟ ଯୋଗୁଁ ଗତକାଲି ମନ୍ତ୍ରିମଣ୍ଡଳରୁ ଦାମ ରାଉତଙ୍କୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଥିଲେି, କୌଣସି ଜାତି-ଧର୍ମକୁ ନେଇ ମନ୍ତବ୍ୟ ଗ୍ରହଣୀୟ ନୁହେଁ । କିଛି ଦିନ ତଳେ କୃଷିମନ୍ତ୍ରୀ ଦାମୋଦର ରାଉତ ମାଲକାନଗିରିରେ ବ୍ରାହ୍ମଣ ଭିକ ମାଗନ୍ତି ବୋଲି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ବ୍ରାହ୍ମଣ ସମାଜ ପ୍ରତିବାଦ କରିଥିଲେ । ତେବେ ଜାତିଆଣ ମନ୍ତବ୍ୟ ନେଇ ଗତକାଲି ଦାମ ରାଉତଙ୍କୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

Dama Routତେବେ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପରେ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଦାମୋଦର ରାଉତ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଇଛାରେ ମନ୍ତ୍ରୀ ହୋଇଥିଲି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିରେ ଦୁଃଖ କରିବାର ନାହିଁ । ରାଜନୀତି ଏକ ପ୍ରକ୍ରିୟା ମାତ୍ର । ଏବେ ମୁଁ ଲୋକଙ୍କ ପାଇଁ ଅଧିକ ସମୟ ଦେବି । ବର୍ତମାନ ୨୬ ତାରିଖରେ ପୁରୀରେ ହେବାକୁ ଥିବା ସମାବେଶ ପାଇଁ ବ୍ୟସ୍ତ ଅଛି ବୋଲି କହିଛନ୍ତି ଦାମ । ଦାମ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଯିଏ ଅସ୍ଥା ହରାଏ ସେ ମନ୍ତ୍ରୀ ପଦବୀରେ ରହେ ନାହିଁ । ବିଧାୟକ ହୋଇ ରହିବାରେ କୌଣସି ଅସୁବିଧା ନାହିଁ । ବିଜୁ ବିଚାର ମଂଚ ଉପରେ ଦାମ କହିଛନ୍ତି, ଏହା କୌଣସି ରାଜନୈତିକ ମଂଚ ନୁହେଁ । ଏହି ମଂଚ ଲୋକଙ୍କ ସମସ୍ୟା ପାଇଁ କାମ କରେ । ବ୍ରାହ୍ଣଣଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଗତକାଲି ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଥିଲେ ଦାମୋଦର ରାଉତ ।

ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଖବର ସିରୋନାମା ସାଜୁଥିବା ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ । କହିଛନ୍ତି ସୁପ୍ରିମୋଙ୍କ ବହିଷ୍କାର ନିଷ୍ପତି ଉଚିତ୍ ଓ ଠିକ୍ । ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଇ ଦାମଦୋର ରାଉତ ମୁଖ୍ୟମନ୍ତ୍ରୀଙ୍କୁ ଅଡୁଆରେ ପକାଉଥିଲେ ବୋଲି ଦେବାଶିଷ କହିଛନ୍ତି । ଦାମଙ୍କ ଏଭଳି ଆଚରଣ ବିରୋଧୀଙ୍କୁ ରାଜନୈତିକ ଖୋରାକ୍ ଯୋଗାଉଥିଲା । ତେଣୁ ଠିକ୍ ସମୟରେ ଉଚିତ୍ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦାମୋଦର ରାଉତଙ୍କ ବହିଷ୍କାର ଦଳରେ ପ୍ରଭାବ ପକାଇବନି କିନ୍ତୁ ନିର୍ବାଚନ ମଣ୍ଡଳୀରେ ପଡିବ ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ । ଜଗତସିଂହପୁରରେ ଦାମଙ୍କର ଦବଦବା ରହିଛି । ପୁରୀରେ ଆଗକୁ ଥିବା ପ୍ରତିଷ୍ଠା ଉତ୍ସବକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି ବୋଲି ସେ କହିଛନ୍ତି । ଦାମ ବାବୁ ସବୁ କ୍ଷେତ୍ରରେ ବିଜେପିକୁ କାଉଂଟର କରୁଥିବା ପଂଚାନନ କାନୁନଗୋ କହିଛନ୍ତି । ଦାମଙ୍କ ବହିଷ୍କାର ପରେ ବିଭିନ୍ନ ରାଜନେତା ପ୍ରତିକ୍ରିୟା ରଖିଛନ୍ତି । ସମ୍ବଲପୁର ବିଧାୟିକା ରାଶେଶ୍ୱରୀ ପାଣିଗ୍ରାହୀ କହିଛନ୍ତି ସୁପ୍ରିମୋ ଠିକ୍ ନିଷ୍ପତି ନେଇଛନ୍ତି ।

ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳୀୟ ସାଧାରଣ ସମ୍ପଦକ ପୃଥ୍ୱୀରାଜ ରହିଚନ୍ଦନ କହିଛନ୍ତି ଦାମ ବାବୁ ଯାହା ବି ବିବାଦୀୟ ମନ୍ତବ୍ୟ ଦିଅନ୍ତି ସେ ସବୁ ତୃତୀୟ ମହଲାରୁ ଆରମ୍ଭ ହୁଏ । ଦାମୋଦର ରାଉତ ଯେଉଁଠି, ଯାହା ବି କହୁଥିଲେ ସେଥିରେ ମୁଖ୍ୟମନ୍ତ୍ରୀ ଅଙ୍ଗାଅଙ୍ଗି ଭାବେ ଜଡିତ । ଦାମଙ୍କ ମୁହଁରେ ସୁପ୍ରିମୋ ବିବାଦୀୟ କଥା କୁହାଉଥିଲେ ବୋଲି କହିଛନ୍ତି ପୃଥ୍ୱୀରାଜ । ଯେତେବେଳେ ସେ ସବୁ କଥା ଅଣାୟତ ହେଲା ତାଙ୍କୁ ଅପମାନିତ କରି ବହିଷ୍କାର କରାଯାଇଛି ।