ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆକ୍ରମଣ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ! କହିଲେ ବିଜେଡିରେ ହିଂସାର ସ୍ଥାନ ନାହିଁ

29

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମାହାଙ୍ଗାରେ ଆକ୍ରମଣ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଲେ ଦଳୀୟ ଶୃଙ୍ଖଳାରେ ହିଂସାର ସ୍ଥାନ ନାହିଁ । ବିଜେଡି ହିଂସା ସପକ୍ଷରେ କେବେ ବି  ନୁହେଁ । ଘଟଣାର ଅନୁଧ୍ୟାନ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ କୁହାଯାଇଛି ।

ସେହିପରି ବୈଜୟନ୍ତଙ୍କ ଉପରେ ଆକ୍ରମଣ ନେଇ ମୁହଁ ଖୋଲିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ପ୍ରତାପ ଜେନା କହିଛନ୍ତି ସେ ଘଟଣା ଦିନ ଶିରିଡ଼ି ଯାଇଥିଲେ । ଏଭଳି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରତାପ । ତେବେ ସେ କହିଛନ୍ତି ସାଂସଦ ବୁଝିବା ଦରକାର କାହିଁକି ଘଟଣା ଘଟିଲା । ଏହି ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା । ସାଂସଦକୁ ନେଇ ସେଠାରେ କିଛି ଜନ ଅସନ୍ତୋଷ ଥିଲା । ସାଂସଦ ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ବୟାନ ବାଜି କରି ଦଳର କ୍ଷତି ପହଁଚାଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସାଂସଦ ଗତକାଲି ୧୦ଟି ବୋଲେରୋରେ ବାହାରୁ ଲୋକଙ୍କୁ ଆଣିଥିଲେ । ଯେଉଁମାନେ କି ସ୍ଥାନୀୟ ଲୋକଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଫଳରେ ତ୍ତତ୍ତେଜନା ଦେଖାଦେଇଥିଲା । ତା ପୂର୍ବ ଦିନରୁ ସେଠାରେ ତ୍ତତ୍ତେଜନା ପ୍ରକାଶ ପାଇଥିଲା । ତେଣୁ ସେଠାକୁ ଯିବା ପୂର୍ବରୁ ଭାବିବାର ଥିଲା । ଲୋକ ପ୍ରତିନିଧିମାନଙ୍କର ଜିଦଖୋର ମନୋଭାବ ରହିବା କଥା ନୁହେଁ । ମୁଁ ଚାହିଁବି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେଉ ।

ଦେଖନ୍ତୁ ଏହି ଭିଡ଼ିଓ –