ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ : କହିଲେ, ରାଜ୍ୟର ଅଧିକାର ପାଇଁ ପୂର୍ବଭଳି ଚେଷ୍ଟା ଜାରି ରହିବ

22

କନକ ବ୍ୟୁରୋ : ଛତିଶଗଡ ଓଡିଶା ମଧ୍ୟରେ ଲାଗିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ସୁପ୍ରିମକୋର୍ଟ ଅନୁମତି ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ରାଜ୍ୟର ଅଧିକାର ପାଇଁ ପୂର୍ବଭଳି ଚେଷ୍ଟା ଜାରି ରହିବ । ଟ୍ରିବ୍ୟୁନାଲର କାର୍ଯ୍ୟଧାରା କିଭଳି ଚାଲିଛି ରାଜ୍ୟ ସରକାର ତାର ଅନୁଧ୍ୟାନ କରିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀ ପଟ୍ଟନାୟକ କହିଛନ୍ତି ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବୁନାଲ ଗଠନ ନେଇ ଗତକାଲି ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବୁନାଲର ଅଧ୍ୟକ୍ଷ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏନ୍ ଖନୱିଲକର ରହିବେ । ସେହିପରି ପାଟଣା ହାଇକୋର୍ଟର ବିଚାରପତି ଜଷ୍ଟିସ ରବିରଂଜନ, ଟ୍ରିବୁନାଲର ମନୋନୀତ ସଦସ୍ୟ ରହିବେ ।