କଡା ସୁରକ୍ଷା ଭିତରେ ସଚିବାଳୟରେ ପହଚିଂଲେ ମୁଖ୍ୟମନ୍ତ୍ରୀ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସଚିବାଳୟରେ ପହଚିଂଛନ୍ତି ମୁଖ୍ୟମନ୍ତ୍ରୀ । କଡା ସୁରକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ପହଚିଂଛନ୍ତି । ବିଜେପି ର ବନ୍ଦକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ସଚିବାଳୟ ଯିବା ସମୟରେ ବିଜେପି ବିରୋଧ କରିବାର ସମ୍ଭାବନା ଥିବାରୁ ନବୀନ ନିବାସରୁ ସଚିବାଳୟ ପର୍ଯ୍ୟନ୍ତ କଡା ସୁରକ୍ଷାରେ ମୁଖ୍ୟମନ୍ତ୍ରୀ ଆସିଥିଲେ । ବିଜେପି ର ବନ୍ଦକୁ ନଜରରେ ରଖି ଭୁବନେଶ୍ୱରରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ସ୍ଥିତି ନିୟନ୍ତ୍ରଣରେ ରହିଛି, ବନ୍ଦ ବେଳେ ହିଂସାକାଣ୍ଡ ଘଟାଇଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ଭିଡିଓ ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ।