ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ : ପ୍ରତିବାଦରେ ବିଜେଡି କର୍ମୀଙ୍କ ନିସ୍ତୁକ ମାଡ

27

ମୟୂରଭଞ୍ଜ : ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ । ଅଣ୍ଡା ମାଡ ଅଭିଯୋଗରେ ଜଣେ ଅଟକ । ମୟୂରଭଞ୍ଜ ଶୁଳିଆପଦାରେ ସଭାକାର୍ଯ୍ୟ ଚାଲିଥିବା ବେଳେ ଅଣ୍ଡାମାଡ କରିଛନ୍ତି ଜଣେ ଛାତ୍ର କଂଗ୍ରେସ କର୍ମୀ । ପୁଲିସ ସମ୍ପୃକ୍ତ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । ଅଣ୍ଡା ମାଡ ପରେ ସମ୍ପୃକ୍ତ ଛାତ୍ର କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳା ପତକାମଧ୍ୟ ପ୍ରଦର୍ଶନ କରାଯାଇଛି ।