ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ! ବୁର୍ଲାରେ ପ୍ଲାନେଟୋରିୟମ୍ ଓ ସାଇନ୍ସ ପାର୍କ ଉଦଘାଟନ

22

କନକ ବ୍ୟୁରୋ : ଆଜି ସମ୍ବଲପୁର ଗସ୍ତରେ ଯିବେ । ସମ୍ବଲପୁର ଗସ୍ତରେ ଯିବା ସହ ବୁର୍ଲା ଠାରେ ନିର୍ମାଣ ହୋଇଥିବା ପ୍ଲାନେଟୋରିୟମ୍ ଓ ସାଇନସ୍ ପାର୍କ ସହିତ ବୁର୍ଲା ମେଡିକାଲ କଲେଜର ଅଡିଟୋରିୟମ୍ ଓ ପେଡ୍ରିଆଟିକ ୱାର୍ଡ ଉଦଘାଟନ କରିବେ । ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନା କରିବାର ଯୋଜନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ପୁଲିସ୍ ଗ୍ରହଣ କରିଛି । ତେବେ ମିଳିଥିବା ସୂଚନା ମୂତାବକ ମୁଖ୍ୟମନ୍ତ୍ରୀ ଏହି ପ୍ଲାନେଟୋରିୟମକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ବିଜେପିର ୨୮ ଜଣ ନେତାଙ୍କୁ ଗିରଫ କରିଛି ପୁଲିସ । ଗତକାଲି ପୋଲିସ ବିଜେପି କାର୍ଯାଳୟରେ ପହଂଚି ପୁର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ୧୪ ଜଣକୁ ଗିରଫ କରିଥିଲା  । ଆଜି ପୁଣି ୧୪ଜଣଙ୍କୁ ଗିରଫ କରିଛି ପୁଲିସ  । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବିଜେପି ପକ୍ଷରୁ ବିରୋଧ କରିବାର ଆଶଙ୍କା କରି ପୋଲିସ ଏମାନଙ୍କୁ ଗିରଫ କରିଛି । ତେବେ ବିଜେପି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି ।