ଓଡ଼ିଶା ମାଇନିଂ କରପୋରେସନ ସୁପର ସହଯୋଗରେ କୃତିତ୍ୱ ଅର୍ଜନ କରିଥିବା ୬୩ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ।

21

କନକ ବ୍ୟୁରୋ: ଓଡ଼ିଶା ମାଇନିଂ କରପୋରେସନ ସୁପର ସହଯୋଗରେ କୃତିତ୍ୱ ଅର୍ଜନ କରିଥିବା ୬୩ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଚଳିତବର୍ଷ ମୋଟ ୭୫ ଜଣ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରୁ ୬୩ ଜଣ ଯୁଗ୍ମ ପ୍ରବେଶିକା ମୁଖ୍ୟ ସୋପାନ ଓ ୩୮ ଜଣ ଛାତ୍ରଛାତ୍ରୀ ଯୁଗ୍ମ ପ୍ରବେଶିକା ଅଗ୍ରୀମ ସୋପାନରେ କୃତିତ୍ୱ ଅର୍ଜନ କରିଛନ୍ତି । ସଚିବାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୃତି ପ୍ରଶିକ୍ଷାର୍ଥୀଙ୍କୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଶକ୍ତିମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସମ୍ମାନିତ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –