ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଶେଷକୃତ୍ୟ ଆଜି : ବାସଭବନରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଆଜି ଶେଷକୃତ୍ୟ ହେବ । ପୈତୃକ ଗାଁ ଗଡରୋଡଙ୍ଗରେ ତାଙ୍କର ଅନ୍ତ୍ୟେଷ୍ଟି କରାଯିବ । ଏହା ପୂର୍ବରୁ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ସରକାରୀ ବାସଭବନରୁ ପ୍ରଥମେ କଂଗ୍ରେସ ଭବନ ଓ ପରେ ବିଧାନସଭାକୁ ନିଆଯିବ । ସେଠାରେ ଅନ୍ତିମ ଦର୍ଶନ କରିବେ ନେତା, ମନ୍ତ୍ରୀ ।

ବିଧାନସଭାରେ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯିବ । ଭୁବନେଶ୍ୱର ସରକାରୀ ବାସଭବନରେ ଦିବଙ୍ଗତ ନେତାଙ୍କ ଅନ୍ତିମ ଦର୍ଶନ କରିଛନ୍ତି ହଜାର ହଜାର ସମର୍ଥକ । ଲୁଲୁଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନେତା ଓ କର୍ମୀ ସମସ୍ତେ ପ୍ରିୟ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଂଜଳି ଦେଇଛନ୍ତି ।