୨୦୦୯ମସିହାର ତିର୍ତୋଲ ଏସିଡ୍ ମାଡ ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

24

କନକ ବ୍ୟୁରୋ : ୨୦୦୯ ମସିହାର ତିର୍ତୋଲ ଏସିଡ୍ ମାଡ ଘଟଣାରେ ଅବହେଳା ପାଇଁ ଦୁଇ ପୋଲିସ ଅଧିକାରୀ ସସପେଣ୍ଡ । ଡିଏସପି ଆର, କେ ଜେନା ଏବଂ ଇନ୍ସପେକ୍ଟର ଶଙ୍କର୍ଷଣ ଦଳାଇଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଏସିଡ୍ ଆକ୍ରମଣ ଭଳି ସମ୍ବେଦନଶୀଳ ଘଟଣାରେ ପୋଲିସର ତଦନ୍ତରେ ଅବହେଳା ପାଇଁ ମୁଖ୍ୟମନ୍ତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବିଭିନ୍ନ ଥାନାରେ ମହିଳା ଓ ଶିଶୁ ମାନଙ୍କ ଅଭିଯୋଗର ତଦନ୍ତର ଅଗ୍ରଗତି ନେଇ ୧୫ ଦିନରେ ସମୀକ୍ଷା କରି ରିପୋର୍ଟ ଦେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଏଭଳି ଘଟଣାରେ ଅବହେଳା ଗ୍ରହଣୀୟ ନୁହେଁ ଏବଂ ଅବହେଳା କଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।