ରାଜ୍ୟସଭା ନିର୍ବାଚନ ପାଇଁ ଖୁବଶୀଘ୍ର ହେବ ପ୍ରାର୍ଥୀଙ୍କ ନାମ ଘୋଷଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

28

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ହୋଇଥିବା ବେଳେ ବିଜେଡିର ପ୍ରାର୍ଥୀ ନେଇ ବିଭିନ୍ନ କଳ୍ପନାଜଳ୍ପନା ଜୋର ଧରିଛି । ତେବେ ଏନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଏନେଇ ଖୁବ୍ ଶୀଘ୍ର ନିଷ୍ପତି ନିଆଯିବ । ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।

ସେପଟେ ବିଜେପୁର ଉପନିର୍ବାଚନ ଜିତିବା ପରେ ନବୀନ ନିବାସରେ ରୀତା ସାହୁ । ବିଜୟ ନେଇ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୀତା ସାହୁ । ଶହଶହ ସମର୍ଥକଙ୍କ ଗହଣରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଖୁସି ଅଛନ୍ତି ରୀତା । ବିଜୟ ନେଇ ଦଳୀୟ କର୍ମୀ , ବିଜେପୁରବାସୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ଖୁସିଥିବା ରୀତା ପ୍ରକାଶ କରିଛନ୍ତି । ବିଜେପୁରର ଉନ୍ନତି ଓ ସୁଖ ଦୁଃଖରେ ସାଥି ହେବା ସହ ପାନୀୟ ଜଳ ବ୍ୟବସ୍ଥା ସୁଧାରିବା ପାଇଁ ଦୃଷ୍ଟି ଦେବେ ବୋଲି ରୀତା ସାହୁ କହିଛନ୍ତି । ଗତକାଲି ଉପନିର୍ବାଚନ ଫଳାଫଳରେ ବିପୁଳ ସଂଖ୍ୟକ ଭୋଟ୍ ବ୍ୟବଧାନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ରୀତା ସାହୁଙ୍କ ସହ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଆସିଥିଲେ ।