୨୨ତମ ଏସିଆନ୍ ଆଥଲେଟିକ୍ ଚାମ୍ପିିଅନସିପର ମାସ୍କଟ ରାଲି ଉନ୍ମୋଚିତ ! କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

26

କନକ ବ୍ୟୁରୋ: ଭୁବନେଶ୍ୱରରେ ମାସ୍କଟ ରାଲି ଉନ୍ମୋଚିତ । ୨୨ତମ ଏସିଆନ୍ ଆଥଲେଟିକ୍ ଚାମ୍ପିିଅନସିପର ମାସ୍କଟ ରାଲିକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ପତାକା ଦେଖାଇ ମାସ୍କଟ ରାଲିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ । ତେବେ ସାରା ରାଜ୍ୟରେ ଦୁଇଟି ରୁଟରେ ଭ୍ରମଣ କରିବ ମାସ୍କଟ ରାଲି ।

ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବ ୨୨ତମ ଏସିଆନ୍ ଆଥଲେଟିକ୍ ଚାମ୍ପିିଅନସିପ । ଏଥିରେ ୪୫ଟି ଦେଶର ପ୍ରାୟ ହଜାରେ ପ୍ରତିଯୋଗୀ ଭାଗନେବେ । ଏସିଆନ୍ ଆଥଲେଟିକ୍ ଚାମ୍ପିିଅନସିପରେ ୪୨ଟି ବର୍ଗରେ ଖେଳ ଆୟୋଜିତ ହେବ । ଭୁବନେଶ୍ୱରରେ ପ୍ରଥମ ଥର କରି ଏସିଆନ୍ ଆଥଲେଟିକ୍ ଚାମ୍ପିିଅନସିପ୍ ଆୟୋଜିତ ହେବାକୁ ଯାଉଛି । ଏଥି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ପହଂଚିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-