ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଲେ ନବୀନ ! କହିଲେ କେନ୍ଦ୍ର ଅନୁଦାନ ବନ୍ଦ ପରେ ବି ଜନ ହିତକର ଯୋଜନା ଚାଲୁରଖିଛି ରାଜ୍ୟ

35

କନକ ବ୍ୟୁରୋ : ବିଜୁ ଜନ୍ମ ବାର୍ଷିକୀରେ ଉଠିଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ର ବିଭିନ୍ନ ଯୋଜନାକୁ ବନ୍ଦ୍ କରିଦେଇଛି । ରାଜ୍ୟ ନିଜସ୍ୱ ପାଣ୍ଠିରୁ ବିଭିନ୍ନ ଜନହିତକର ଯୋଜନାକୁ ଚାଲୁ ରଖିଛି ଏବଂ ଆଗାମି ଦିନରେ ମଧ୍ୟ ଚାଲୁ ରଖିବ । ୨୦୦୦ପରର ଓ ଏବେର ଓଡିଶା ଭିତରେ ଫରକ ଅଛି ।

ରାଜ୍ୟରେ ବେରୋଜଗାରୀ ଓ ଗରୀବି କମିଛି । ଅର୍ଥନୈତିକ ପ୍ରଗତି ହୋଇଛି । ବିଜେଡି କାର୍ଯ୍ୟାଳୟରେ ବିଜୁ ଜନ୍ମବାର୍ଷିକୀ ଉତ୍ସବରେ ଯୋଗ ଦେଇ ଏହି ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ବିଜୁ ଜନ୍ମ ଶତବାର୍ଷିକୀକୁ ବର୍ଷ ସାରା ପାଳନ କରିଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-