ଦିଲ୍ଲୀପଙ୍କ ସହ ସ୍ୱର ମିଳାଇଲେ ନବୀନ ! ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ପାଇଁ ଗଡକାରୀଙ୍କୁ ଲେଖିଲେ ଚିଠି

30

କନକ ବ୍ୟୁରୋ : ବାହ୍ମଣୀ ନଦୀ ଉପରେ ଦ୍ୱିତୀୟ ବ୍ରିଜ୍ ନିର୍ମାଣ ପାଇଁ ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଦାବିରେ ସହମତି ପ୍ରକାଶ କରି କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ତୁରନ୍ତ ବ୍ରିଜ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଚିଠିରେ ଦାବି କରିଛନ୍ତି ନବୀନ । କାହିଁକି ଏହି ବ୍ରିଜ୍ ନିର୍ମାଣରେ ବିଳମ୍ବ ହେଉଛି ବୋଲି ବାରମ୍ବାର ପ୍ରଶ୍ନ ଉଠାଇଥିଲେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ । ଏବେ ଦିଲ୍ଲୀପଙ୍କ ସ୍ୱର ସହ ସ୍ୱର ମିଶାଇ ନବୀନଙ୍କ ଏହି ଚିଠି, ପୁରା ପ୍ରସଙ୍ଗକୁ ନୂଆ ମୋଡ ଦେଇଛି ।