ମହାନଦୀ ସୁରକ୍ଷା ନେଇ ବିଜେଡିର ପଥପ୍ରାନ୍ତ ସଭା । ମହାନଦୀ ଅବବାହିକାରେ ଅବସ୍ଥିତ ୧୫ଟି ଜିଲ୍ଳାରେ କରିବ ସଭା

17

କନକ ବ୍ୟୁରୋ: ମହାନଦୀ ସୁୂରକ୍ଷା ପାଇଁ ବିଜେଡି ଆରମ୍ଭ କରିବ ଦ୍ୱିତୀୟ ପର୍ଯ୍ୟାୟ ମହାସଂଗ୍ରାମ ଯାତ୍ରା । ମେ ୧୬ ତାରିଖରେ ଝାରସୁଗୁଡ଼ାର ଲଖନପୁର ବ୍ଲକ୍ ସୁଖାଶୋଡ଼ାରୁ ଆରମ୍ଭ ହେବ ସଚେତନତା ଅଭିଯାନ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଖାଶୋଡ଼ାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ । ଏହାପରେ ବରଗଡ଼ର ଆମ୍ବାଭୋନା ବ୍ଲକରେ ଚିଖିଲିଠାରେ ବି ଅନ୍ୟ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ । ଏହି ଯାତ୍ରା ମହାନଦୀ ଅବବାହିକାର ୧୫ଟି ଜିଲ୍ଲା ଦେଇ ୧୫ ଦିନ ପର୍ଯ୍ୟନ୍ତ ଚାଲିବ ।

ବାଟରେ ଶତାଧିକ ପଥପ୍ରାନ୍ତ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ମନ୍ଦିରରେ ଜଳ ଆଳତି କରାଯିବ । ଓଡ଼ିଶାର ସ୍ୱାର୍ଥକୁ ଉପେକ୍ଷା କରି ଛତିଶଗଡ଼ ପୁଣି ଏକ ବ୍ୟାରେଜ୍ ପାଇଁ ଟେଣ୍ଡର ଡକାଇଥିବା କହିଛି ବିଜେଡି । କେନ୍ଦ୍ର ସରକାର ସମସ୍ୟା ସମାଧାନରେ ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି । ମହାନଦୀ ସଚେତନତା ଯାତ୍ରାରେ ସବୁ ଦଳ ଓ ବୁଦ୍ଧିଜୀବୀ ସାମିଲ ହେବାକୁ ଆହ୍ୱାନ ଦେଇଛି ବିଜେଡି ।