ଓଡିଶାର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରାଳୟ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଆର୍ଥିକ ବର୍ଷର ବକେୟା ଅର୍ଥ ପ୍ରଦାନ ପାଇଁ ଦାବି ଜଣାଇଲେ ନବୀନ

143

କନକ ବ୍ୟୁରୋ: କେନ୍ଦ୍ରରୁ ଆସୁଥିବା ବିଭିନ୍ନ ପାଣ୍ଠି ନେଇ ଆଜି ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ଏକ ମାସ ସମୟ ଅଛି । କିନ୍ତୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟକୁ ୬ ହଜାର ୪ ଶହ କୋଟି ଟଙ୍କା ଦେବାର ଅଛି । ଆଉ ଏହା ଏ ଯାଏଁ ମିଳିନାହି ାଁ ଏଥିମଧ୍ୟରେ ରହିଛି ହାଉସିଂ ପାଇଁ ହଜାରେ କୋଟି, ସ୍ୱାସ୍ଥ୍ୟ ପାଇଁ ୩୭୫ କୋଟି, ନରେଗା ପାଇଁ ୪ ଶହ କୋଟି ଏବଂ କୃଷି ପାଇଁ ୬ ଶହ ୫୦ କୋଟି ।

ପିଇବା ପାଣି ପାଇଁ ସରକାର ରାଜ୍ୟ ବଜେଟରୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ସାରିଛନ୍ତି । କେନ୍ଦ୍ର ସରକାର ଏଥିପାଇଁ ୧୮୦ କୋଟି ଟଙ୍କା ଦେବାକୁଥିଲେ ମଧ୍ୟ ମିଳିଛି ମାତ୍ର ୮୦ କୋଟି ଟଙ୍କା । ସ୍ମାର୍ଟ ସିଟି ଦାରିଦ୍ର‌୍ୟ ଦୂରୀକରଣ ପାଇଁ ୨ ଶହ କୋଟି ଟଙ୍କା ମିଳିବାରେ ଥିଲେ ବି ମିଳିଛି ମାତ୍ର ୬ କୋଟି । ତେଣୁ ଆର୍ଥିକ ବର୍ଷ ସରିବା ପୂର୍ବରୁ ଏ ବାବଦରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।