ଏଫଆଇଏଚ୍ ସିରିଜ୍ ଫାଇନାଲ୍ସରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ମ୍ୟାଚର ମଜାନେଲେ, ଦଳକୁ ପୁରଷ୍କୃତ କଲେ ମୁଖ୍ୟମନ୍ତ୍ରୀ

ଫାଇନାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଟିମକୁ ପୁରସ୍କୃତ କରିଛନ୍ତି।

127

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକସରେ ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସରେ ଶନିବାର ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇ ଭାରତ ଚାମ୍ପିଅନ ହୋଇଛି। ଫାଇନାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଟିମକୁ ପୁରସ୍କୃତ କରିଛନ୍ତି। ସମାରୋହରେ ମନ୍ତ୍ରୀ ସମୀର ଦାସ, ତୁଷାରକାନ୍ତି ବେହେରା, ଅରୁଣ ସାହୁ ଓ ଏଫଆଇଏଚର ସଭାପତି ନରେନ୍ଦ୍ର ଧ୍ରୁବ ବାତ୍ରା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଫାଇନାଲ ମ୍ୟାଚରେ ଭାରତର ହରମନପ୍ରୀତ ସିଂହ ଓ ବରୁଣ କୁମାର ୨-୨ ଗୋଲ ଦେଇଥିଲେ। ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଅଲିମ୍ପିକ ପାଇଁ ଯୋଗ୍ୟତା ପର‌୍ୟ୍ୟାୟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଆମେରିକାକୁ ୨-୪ ଗୋଲରେ ହରାଇ ଜାପାନ ତୃତୀୟ ସ୍ଥାନରେ ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କୌଣସି ମ୍ୟାଚରେ ହାରି ନାହିଁ । ମୁଖ୍ୟମନ୍ତ୍ରୀ ନବୀନଙ୍କ ଠାରୁ ମନପ୍ରୀତ ସିଂହ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଓ ବିବେକ ପ୍ରସାଦ ଶ୍ରେଷ୍ଠ ଜୁନିଅର ପ୍ଳେୟାର ପୁରସ୍କାର ଗ୍ରହଣ କରିଛନ୍ତି।