ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ଖାରବେଳ ଭବନ । ଲୋକସେବା ଭବନରୁ ସ୍ଥାନାନ୍ତର ହେବ ୧୧ଟି ବିଭାଗ

474

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଗୁରୁବାର ବହୁ ପ୍ରତୀକ୍ଷିତ ଖାରବେଳ ଭବନ ଉଦ୍ଘାଟିତ ହୋଇଯାଇଛି। ପ୍ରାୟ ୧୨୮ କୋଟି ଟଙ୍କାରେ ନିର୍ମିତ ଏହି ଭବନରେ ୧୧ଟି ବିଭାଗ କାର‌୍ୟ୍ୟ କରିବ। ଏଲ୍ ଆଣ୍ଡ ଟି ଦ୍ୱାରା ଏହି ଭବନକୁ ନିର୍ମାଣ କରାଯାଇଛି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହାତ୍ମା ଗାନ୍ଧିଙ୍କର ‘ପରଶମଣି’କୁ ଉନ୍ମୋଚନ କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ଅବସରରେ ସେ ଲୋକସେବା ଭବନର ପାମ୍କୋଟ୍ରେ ଏହାକୁ ଉନ୍ମୋଚନ କରିଛନ୍ତି।

ସୂଚନାଯୋଗ୍ୟ ଭାରତ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର ପରିଚାଳନା ପାଇଁ ନିର୍ମିତ ବିଶାଳ ଖାଳବେଳ ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ଆଜି ଉଦ୍ଘାଟନ କରିଛନ୍ତି। ଖାରବେଳ ଭବନର ଉଦ୍ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନବ ନିଯୁକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।