ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ

କୋରାପୁଟ ଯୁବ ସମାବେଶରେ ଯୋଗଦେଇ ୧୧ ଶହ ୩୬ କୋଟି ଟଙ୍କାର ପ୍ରକଳ୍ପର କରିବେ ଭିତିପ୍ରସ୍ତର ସ୍ଥାପନ

114

କନକ ବ୍ୟୁରୋ: ନବରଂଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି  । ସେହିପରି ୧୯ କୋଟି ଟଙ୍କା ବ୍ୟୟରେ ୧୨ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ  । ସେପଟେ ଆଜି କୋରାପୁଟ ଜୟପୁରରେ ବିଜେଡ଼ିର ଯୁବ ସମାବେଶରେ ମଧ୍ୟ ନବୀନ ଯୋଗଦେବେ  ।

ବିଜୁ ଯୁବ ବାହିନୀ ପକ୍ଷରୁ ଆଂଚଳିକ ସମାବେଶ ରଖାଯାଇଥିବା ବେଳେ ଏଥିରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଜୟପୁର ଏକମ୍ବା ପଡ଼ିଆରେ  ଦିନ ୩ଟା ବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି  । ଏହା ବ୍ୟତୀତ ଆଜି ମୁଖ୍ୟମନ୍ତ୍ରୀ କୋରାପୁଟରେ ୧୧ଶହ ୩୬ ଦଶମିକ ୪୧ କୋଟି ଟଙ୍କା ମୁଲ୍ୟର ୩୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବେ  । ଏଥିରେ ରହିଛି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ, ୪୧ଟି ଅଙ୍ଗନୱାଡ଼ି କେନ୍ଦ୍ର, କୋଲାବ ନଦୀ ଉପରେ ହାଇଲେଭେଲ୍ ସେତୁ ପରି ଏକାଧିକ ଲୋକକଲ୍ୟାଣକାରୀ ପ୍ରକଳ୍ପ  ।