ରାଇରଙ୍ଗପୁର ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ

111

କନକ ବ୍ୟୁରୋ: ବିଜେଡିର ମିଶନ ଉତ୍ତର ଓଡିଶା । ରାଇରଙ୍ଗପୁର ମିଶନ ଶକ୍ତି ସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ୨୧ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ ।

ରବିବାର ପୂର୍ବାହ୍ନ ୧୧: ୩୦ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁର ଠାରେ ମିଶନ୍‌ ଶକ୍ତି ସମାବେଶରେ ଯୋଗ ଦେଇ ୪୫ କୋଟି ଟଙ୍କା ମୂଲ୍ୟର ୨୧ଟି ଉନ୍ନୟନମୂଳକ ପ୍ରକଳ୍ପ ସବୁର ଉଦ୍‌ଘାଟନ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମିଶନ୍‌ ଶକ୍ତି ଯୋଜନାରେ ୧୬ କୋଟି ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରିଥିଲେ। ସେଠାରେ ସେ ଆହୁରି ୯୬୦. ୩୪ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଜନମଙ୍ଗଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହା ପରେ ସେ କେନ୍ଦୁଝର ଠାରେ ଚାଷୀ ମହାସମାବେଶରେ ଯୋଗ ଦେଇ ୬୬ କୋଟି ଟଙ୍କାର ୧୭ଟି ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ସେଠାରେ ସେ ଆଉ ୨୧ କୋଟି ଟଙ୍କାର ୪୭ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାଛଡ଼ା ଜିଲ୍ଲାରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ୧୦୫୦ କୋଟି ଟଙ୍କାର ଏକ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି।